www.samajalive.in
Monday, December 8, 2025
14.1 C
Bhubaneswar

ରାଜାମହାରାଜାଙ୍କ ଜୀବନଶୈଳୀର ପରିଚୟ ପ୍ରଦାନ କରେ ‘ବିଜୟ ବିଳାସ’

ରାଜାମହାରାଜାଙ୍କ ଜୀବନଶୈଳୀର ପରିଚୟ ପାଇବାକୁ ହେଲେ ‘ବିଜୟ ବିଳାସ’ ପ୍ରାସାଦ ମାଣ୍ଡବୀରେ ସମୟ ଅତିବାହିତ କରିବା ପାଇଁ ଖୁବ ସୁନ୍ଦର ସ୍ଥାନ ଅଟେ। ବୁଲିବା ସହ ଇତିହାସ ଏବଂ ଫଟୋଗ୍ରାଫିର ସଉକ ଥିବା ଲୋକମାନେ ଏହି ସ୍ଥାନକୁ ବୁଲିବାକୁ ନିଶ୍ଚୟ ଆସନ୍ତୁ। ‘ହମ ଦିଲ୍ଲ ଦେ ଚୁକେ ସନମ’, ଓ ଲଗାନ ଚଳଚ୍ଚିତ୍ରରେ ଏହି ପ୍ରାସାଦର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ସୌନ୍ଦର୍ୟ୍ୟ ଆଜି ମଧ୍ୟ ସେହିପରି ରହିଛି। ଯଦି ଆପଣ ଇତିହାସ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଗୁଜୁରାଟର ଏହି ମହଲର ସୌନ୍ଦର୍ୟ୍ୟ ଓ କାରୁକାର୍ୟ୍ୟ ଦେଖିବାକୁ ଯିବା ନିତ୍ୟାନ୍ତ ଜରୁରୀ ଅଟେ।
ମହଲର ଇତିହାସ –
ଏହି ମହଲର ନିର୍ମାଣ ମହାରାଜା ବିଜୟରାଜଜୀଙ୍କ ସମୟରେ ହୋଇଥିଲା। ପ୍ରାୟ ୧୯୨୦ରେ ମହଲର ନିର୍ମାଣ ଆରମ୍ଭ ହୋଇଥିଲା। ମାଣ୍ଡବୀରେ ଇଣ୍ଡୋ–ୟୁରୋପିୟନ ଶୈଳୀରେ ନିର୍ମିତ ହୋଇଥିବା ଏହି ମହଲ ବ୍ୟବହାର ରାଜା ମହାରାଜା ଖରାଦିନରେ କରୁଥିଲେ।
ମହଲର ନିର୍ମାଣ ଶୈଳୀ –
ମହଲର ଭିତର ଓ ବାହାର ଅଂଶର ନିର୍ମାଣ ଶୈଳୀ ଖୁବ ସୁନ୍ଦର ଅଟେ। ଏଠାକୁ ଆସି ଫଟୋ ଉଠାଇବାକୁ ପର୍ୟ୍ୟଟକ ଖୁବ ପସନ୍ଦ କରିଥାଆନ୍ତି। ମହଲର ନିର୍ମାଣ ଶୈଳୀ ବହୁ ଉଚ୍ଚକୋଟରୀର ଅଟେ। ମହଲର ସୁନ୍ଦରତା ଆଜି ମଧ୍ୟ ସେପରି ବଜାୟ ରଖିଛି। ସୂର୍ୟ୍ୟଙ୍କ ଚମକ କିରଣରେ ମହଲର ସୁନ୍ଦରତା ଝଲସି ଉଠେ। ସେହି ସମୟରେ ଏହି ମହଲର ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ତେଣୁ ଏହା ବର୍ତ୍ତମାନ ଏକ ପର୍ୟ୍ୟଟନସ୍ଥଳୀ ପାଲଟିଛି। ପର୍ୟ୍ୟଟକମାନଙ୍କ ପାଇଁ ଏଠାରେ ସମସ୍ତ ପ୍ରକାରର ସୁବିଧାର ମଧ୍ୟ ଆୟୋଜନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories