www.samajalive.in
Friday, December 5, 2025
26.1 C
Bhubaneswar

‘ଅବଢ଼ା’କୁ ଅବମାନନା: ‘ଓଡ଼ିଆ ଅବଢ଼ା’ ରେଷ୍ଟୁରାଣ୍ଟ ନାମରେ ସିଂହଦ୍ବାର ଥାନାରେ ଏତଲା

ପୁରୀ: ସମ୍ବଲପୁରରେ ‘ଓଡ଼ିଆ ଅବଢ଼ା’ ନାମକ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ‘ଅବଢ଼ା’ ନାମରେ ଖାଦ୍ୟ ପରସୁଛି। ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି। ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ‘ଅବଢ଼ା’କୁ ଅବମାନନା କରାଯାଇଛି। ତେଣୁ ସମ୍ପୃକ୍ତ ରେଷ୍ଟୁରାଣ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।

- Advertisement -

ପୁରୀ ଜିଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ସମ୍ପୃକ୍ତ ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା ରହିଛି। କିନ୍ତୁ ଲାଭଖୋର ବ୍ୟବସାୟୀମାନେ ଟଙ୍କା ଉପାର୍ଜନ ପାଇଁ କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳୁଛନ୍ତି। ଅବଢ଼ା ନାମରେ ଭ୍ରମ ସୃଷ୍ଟି କରି କୁଡୁଆରୁ ଭାତ, ଡାଲି, ବେସର ପରସୁଛନ୍ତି। ଏହାକୁ ଲୋକେ ଡାଇନିଂ ଉପରେ ବସି ଖାଉଛନ୍ତି। ସମ୍ବଲପୁରର ‘ଓଡ଼ିଆ ଅବଢ଼ା’ ରେଷ୍ଟୁରାଣ୍ଟର ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅବଢ଼ାର ଏପରି ବ୍ୟବସାୟୀକରଣକୁ କଡ଼ା ସମାଲୋଚନା କରାଯାଇଛି।

ଏ ସମ୍ପର୍କରେ ଅବଗତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ସମ୍ବଲପୁର ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଅବଢ଼ା ପ୍ରତି ଏପରି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories