www.samajalive.in
Saturday, December 6, 2025
17.1 C
Bhubaneswar

ମନମୁଗ୍ଧ କରୁଥିବା ଦୃଶ୍ୟ କାରଣରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ସ୍ଥାନ

ଦକ୍ଷିଣ ଭାରତର ଏକ ସୁନ୍ଦର ରାଜ୍ୟ କେରଳ ବେଶ ପ୍ରସିଦ୍ଧ। କେରଳରେ ଥିବା ଏକ ଛୋଟ ସହର ମୁନ୍ନାର ବନସ୍ପତି ଏବଂ ଅଦ୍ଭୁତ ସମୁଦ୍ର ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ସମୁଦ୍ର ଠାରୁ ୧୬୦୦ ମିଟର ଉଚ୍ଚରେ ଥିବା ଏହି ସହର ଚା’, କଫି, ମସଲା ଏବଂ ମନମୁଗ୍ଧ କରୁଥିବା ଦୃଶ୍ୟ ପାଇଁ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏତଦ ବ୍ୟତୀତ ଏହି ସହର ସହ କିଛି ରହସ୍ୟ ମଧ୍ୟ ଜଡ଼ିତ ରହିଛି।
ଏହି ରହସ୍ୟଟି ହେଉଛି ଏପରି ଏକ ଫୁଲ , ଯାହା ୧୨ ବର୍ଷରେ ଥରେ ଫୁଟି ଥାଏ। ବିଶ୍ୱର ଏହି ଦୁର୍ଲଭ ଫୁଲଟି ହେଉଛି ନୀଳକୁରିଂଜୀ। ଯେଉଁ ବର୍ଷ ଏହି ଫୁଟ ଫୁଟେ, ସେହି ବର୍ଷଟିକୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଏହି ଫୁଲଟି ହେଉଛି ଷ୍ଟ୍ରୋବିଲାନ୍ଥସ ପ୍ରଜାତିର ଏକ ଫୁଲ ଅଟେ। ଷ୍ଟ୍ରୋବିଲାନ୍ଥସର ୩୫୦ଟି ପ୍ରଜାତି ରହିଛି। ଯେଉଁଥିରୁ ୬୦ଟି ପ୍ରଜାତି ଭାରତର ଉପଦ୍ୱୀପ ଗୁଡ଼ିକରେ ଦେଖାଯାଏ। ଏହି ଫୁଲ ଗୁଡ଼ିକ ୧୦, ୧୨ ଏବଂ ୧୬ ବର୍ଷ ମଧ୍ୟରେ ଥରେ ଫୁଟି ଥାଏ। ତେବେ ଏହା ଅଧିକ ସମୟ ଧରି ଅପେକ୍ଷା କରିବା ପରେ ଏହି ସହରର ସମସ୍ତ ଅଞ୍ଚଳରେ ଏକ ନୀଳ ରଙ୍ଗର ଚାଦର ବିଛେଇବା ଭଳି ଦେଖାଯାଏ। ନୀଳକୁରିଂଜୀକୁ ଏଠାରେ ରହୁଥିବା ଆଦିବାସୀମାନେ ଏହାକୁ ପ୍ରେମର ପ୍ରତୀକ ବୋଲି ମାନିଥାଆନ୍ତି। ତେଣୁ ସେମାନେ ନିଜର ବିବାହ ସମୟରେ ଏହାର ହାର କରି ପିନ୍ଧିଥାଆନ୍ତି। ଯେଉଁ ବର୍ଷ ଏହି ଫୁଲ ଫୁଟିଥାଏ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହା ଛଡ଼ା ଭ୍ରମଣ ପାଇଁ ମଧ୍ୟ ଏଠାରେ ବହୁ ସ୍ଥାନ ରହିଛି।
ଗମନାଗମନ ଦୃଷ୍ଟିରୁ ଆପଣଙ୍କ କେରଳକୁ ଟ୍ରେନ ଯୋଗେ ଯାଇ ସେଠାରୁ ଘରୋଇ ଯାନରେ ଏଠାକୁ ଯାଇପାରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories