www.samajalive.in
Saturday, December 6, 2025
14.1 C
Bhubaneswar

ଜୟପୁରରେ ରହିଛି ପ୍ରଭୁ ଗଣେଶଙ୍କ ଏହି ମନ୍ଦିର ଦର୍ଶନ କଲେ ମିଳେ ଶୁଭଫଳ

ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ମଧ୍ୟ ରହିଛି। ସରଳ ପୂଜା ଓ ଶ୍ରଦ୍ଧାଭାବ ସହ ପୂଜାର୍ଚ୍ଚନା କଲେ ପ୍ରଭୁ ବିଘ୍ନହର୍ତ୍ତା ସଭିଁଙ୍କ ଦୁଃଖ ଦୂର କରିଥାଆନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହେଲାଣି। ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି।
ବିଭିନ୍ନ ମନ୍ଦିରମାନଙ୍କ ମଧ୍ୟରୁ ରାଜସ୍ଥାନର ରାଜଧାନୀ ଜୟପୁରରେ ପ୍ରଭୁ ଗଣେଶଙ୍କର ଗର୍‍ ଗଣେଶ ନାମକ ଏପରି  ଏକ ମନ୍ଦିର ଅଛି, ଯେଉଁଠାରେ ତାଙ୍କୁ ମନୁଷ୍ୟ ରୂପରେ ପୂଜା କରାଯାଇଥାଏ। ମନ୍ଦିରରେ ପ୍ରଭୁଙ୍କର ବିନା ଶୁଣ୍ଢ ଥିବା ପ୍ରତିମା ପୂଜାର୍ଚ୍ଚନା କରାଯାଏ। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶୁଣ୍ଢ ନଥିବା କାରଣରୁ ଏଠାରେ ପ୍ରଭୁଙ୍କର ମନୁଷ୍ୟ ରୂପର ପ୍ରତିମା ପୂଜା କରାଯାଇଥାଏ। ପ୍ରତ୍ୟେକ ବୁଧବାର ଦିନ ଏଠାରେ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ। କାରଣ ବୁଧବାର ଦିନକୁ ଗଣେଶଙ୍କ ଦିନ ବୋଲି କୁହାଯାଇଥାଏ। ଏଠାରୁୁ ଜୟପୁର ସହରର ସୌନ୍ଦର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। ମନ୍ଦିରର ନିକଟରେ ଥିବା ସମସ୍ତ ସ୍ଥାନ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ଅଟେ। ଏଠାକୁ ଆସିଲେ ମନକୁ ଏକ ଅପୂର୍ବ ଶାନ୍ତି ମିଳିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ମନରେ ସକରାତ୍ମକ ଭାବନା ମଧ୍ୟ ଆସିଥାଏ। ଗଣେଶ ପୂଜା ଦିନ ଏହି ମନ୍ଦିରରେ ସ୍ୱତନ୍ତ୍ର ପୂଜା ହେବା ସହ ଭକ୍ତଙ୍କ ବହୁତ ଭିଡ଼ ହୋଇଥାଏ। ଏତଦ ବ୍ୟତୀତ ଗଣେଶ ପୂଜାର ଦ୍ୱିତୀୟ ଦିନରେ ମନ୍ଦିର ନିକଟରେ ମେଳାର ମଧ୍ୟ ଆୟୋଜନ ହୋଇଥାଏ। ଏହି ସମୟରେ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories