ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ
ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି ତେବେ କିଛି ଏପରି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା ଯେଉଁ ସ୍ଥାନ ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ। ଭାରତରରେ ବିଶେଷ ଗାଁ ରହିଛି ଯାହା ସହରର କୋଳାହଳ ଠାରୁ ଦୂରରେ। ଏଠାରେ ଜୀବନର ସୁନ୍ଦର ଓ ଅଦ୍ଭୁତ ଅନୁଭବ ହାସଲ କରିପାରିବେ।
କାକାଥୁରୁଥୁ, କେରଳ –
ଏଠାକାର ପରିବେଶ ଶାନ୍ତ ଓ ଆନନ୍ଦଦାୟକ। ସୂର୍ଯ୍ୟଙ୍କ ସୁନ୍ଦର କିରଣ, ନିକଟରେ ଶସ୍ୟଶ୍ୟାମଳା ଭରା ଗଛଲତା। ବାସ୍ତବିକ ସୁନ୍ଦରତାକୁ ଏଠାରେ ଆପଣ ଦେଖିପାରିବେ, ଯାହା ସବୁବେଳେ ସିନେମାରେ ଦେଖଥିବେ।
ଧନୁଷକୋଡ଼ି, ତାମିଲନାଡ଼ୁ –
ତାମିଲନାଡ଼ୁର ଏହି ଗାଁକୁ ବୁଲିବାକୁ ଗଲେ ଆପଣ ଏଠାରେ ସୁନ୍ଦର ପରିବେଶ ସହ ଏଠାରୁ ସହଜରେ ଶ୍ରୀଲଙ୍କା ଯାଇପାରିବେ।
ଅରୁ, ଜମ୍ମୁ କାଶ୍ମୀର –
ଏପରି ଦେଖିବାକୁ ଗଲେ ଜମ୍ମୁ କାଶ୍ମୀରର ସମସ୍ତ ସ୍ଥାନ ସ୍ୱର୍ଗ ସଦୃଶ। ସେଭଳି ଏକ ସ୍ଥାନ ହେଉଛି ଅରୁ। ଯାହା ଖୁବ ପ୍ରସିଦ୍ଧ ଓ ସୁନ୍ଦର ପର୍ଯ୍ୟଟନସ୍ଥଳୀ।
ସାମୋଦ, ରାଜସ୍ଥାନ –
ରଜୱାଡ଼ା ପ୍ରଦେଶ ରାଜସ୍ଥାନର ରାଜଧାନୀ ଠାରୁ ୪୨ କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ସ୍ଥାନର ସୌନ୍ଦର୍ଯ୍ୟ ଏପରି ଯେଉଁ କାରଣରୁ ଏହା ବିଦେଶରେ ମଧ୍ୟ ପରିଚିତ।
ସାରୀ , ଉତ୍ତରାଖଣ୍ଡ –
ଗାଁ ଏକ ଏପରି ସ୍ଥାନ ଯେଉଁଠାରେ ପୁରୁଣା ସଭ୍ୟତା ଓ ପରମ୍ପରା ସର୍ବଦା ଜୀବିତ ଥାଏ। ଏହି ପାହାଡ଼ିଆ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ନିଶ୍ଚୟ ଭ୍ରମଣ ପାଇଁ ଏଠାକୁ ଯାଆନ୍ତୁ।
ମେଲଙ୍ଗ , ମେଘାଳୟ –
ମେଘାଳୟର ଏହି ଗ୍ରାମ ନିଜର ସଫାସୁତୁରା ପରିବେଶ ପାଇଁ ବେଶ ପରିଚିତ। ଏଠାରେ ଆପଣ ସ୍ୱଚ୍ଛ ଓ ଶାନ୍ତ ପରିବେଶର ଆନନ୍ଦ ନେଇପାରିବେ।
Comments are closed.