ଚଳଚ୍ଚିତ୍ରରେ ପିନ୍ଧୁଥିବା ବିଭିନ୍ନ ପୋଷାକ, ସଂଳ୍ପାପ ଓ ସ୍ଥାନ ସବୁକିଛି ଆମକୁ ଖୁବ ପସନ୍ଦ ଆସିଥାଏ। ଏହା ଆମ ମନରେ ଏକ ସ୍ୱତନ୍ତ୍ରତା ସୃଷ୍ଟି କରିଥାଏ। ଭାରତରେ ଥିବା କେତେକ ପ୍ରସିଦ୍ଧ ସ୍ଥାନ ବିଷୟରେ ଆସନ୍ତୁ ଜାଣିବା ଯାହାର ସୁନ୍ଦରତାକୁ ଆମେ ଚଳଚ୍ଚିତ୍ରରେ ଦେଖିବାକୁ ପାଉ।
ଆମେରର କିଲା –
ପ୍ରସିଦ୍ଧ ଚଳଚ୍ଚିତ୍ର ‘ବାଜିରାଓ ମସ୍ତାନୀ’ ଏଠାରେ ସୁଟିଂ ହୋଇଥିଲା। ଏହା ଉଦୟପୁର ଠାରୁ ୧୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନଟିର ସୌନ୍ଦର୍ଯ୍ୟ ଖୁବ ଅଧିକ। ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖାଯାଏ।
ସୋନାମାର୍ଗ –
କାଶ୍ମୀରରେ ଥିବା ସୋନାମାର୍ଗ ଠାରେ ‘ବଜରଙ୍ଗୀ ଭାଇଜାନ’ ଚଳଚ୍ଚିତ୍ରର ସୁଟିଂ ହୋଇଥିଲା। ପ୍ରକୃତି ନିଜର ସୁନ୍ଦରତା ଏଠାରେ ଅର୍ପଣ କରି ଦେବା ଭଳି ମନେ ହୁଏ। ସୁଟିଂ ହୋଇଥିବା ଚଳଚ୍ଚିତ୍ର ଶେଷ ଅଂଶ ଯେଉଁଥିରେ ପ୍ରାୟ ୭୦୦ ଲୋକ ଏକାଠି ହୋଇଥିଲେ। ସମୁଦ୍ର ସ୍ତର ଠାରୁ ୧୦୦୦୦ ଫୁଟ ଉଚ୍ଚରେ ଥିବା ସୋନାମାର୍ଗର ନିକଟରେ ଥାଜୀୱାସ ଗ୍ଲେଶିୟରରେ ଚଳଚ୍ଚିତ୍ର ସୁଟିଂ ହୋଇଥିଲା।
ଉଦୟପୁର –
‘ୟେ ଜବାନୀ ହେ ଦିୱାନୀ’ ଚଳଚ୍ଚିତ୍ରରେ ଉଦୟପୁରକୁ ଦେଖିବା ପରେ ଏହି ସ୍ଥାନର ଚାହିଦା ବେଶ ବଢିଯାଇଛି। ଭ୍ରମଣ ପାଇଁ ଏଠାରେ ବହୁ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିବା ସହ ଏଠାରେ ଖାଦ୍ୟ ଓ ସପିଂର ମଧ୍ୟ ବେଶ ମଜା ନେଇଥାଆନ୍ତି।
ଭ୍ରମଣ ପାଇଁ ଯାଆନ୍ତୁ ଚଳଚ୍ଚିତ୍ରରେ ଦେଖିଥିବା ସ୍ଥାନ
Popular Categories



