www.samajalive.in
Saturday, December 6, 2025
23.1 C
Bhubaneswar

ଶସ୍ୟଶ୍ୟାମଳା, ବିଭିନ୍ନ ଫୁଲ ସହ ପ୍ରକୃତିର ସୁନ୍ଦର ରୂପ କୁନ୍ନୁର

ତାମିଲନାଡ଼ୁର ନୀଳଗିରି ପାହାଡ଼ରେ ସ୍ଥିତ ହିଲ ଷ୍ଟେସନ ମାନଙ୍କ ମଧ୍ୟରେ କୁନ୍ନୁର ଏକ ବୃହତ୍ତ ହିଲ ଷ୍ଟେସନ ଅଟେ। ଏହା ବିଶେଷ କରି ଶସ୍ୟଶ୍ୟାମଳା , ସୁନ୍ଦର ଜଙ୍ଗଲି ଫୁଲ, ରଙ୍ଗବେରଙ୍ଗର ପକ୍ଷୀମାନଙ୍କୁ ଦେଖିବାର ଏକ ଉକୃଷ୍ଟ ସ୍ଥାନ। ଆସନ୍ତୁ କୁନ୍ନୁର ଏପରି କି ସ୍ଥାନ ବିଷୟରେ ଜାଣିବା ଯେଉଁଠାକୁ ବୁଲିବା ପାଇଁ ଗଲେ ଆପଣ ଭ୍ରମଣର ପ୍ରକୃତ ମଜା ନେଇପାରିବେ।

ନୀଳଗିରି ମାଉଣ୍ଟେନ ରେଲୱେ –
ଊଟୀ ଏବଂ କୁନ୍ନୁରରେ ବୁଲିବା ପାଇଁ ଆପଣ ଟ୍ରେନରେ ଗଲେ ଭ୍ରମଣର ପ୍ରକୃତ ମଜା ନେଇପାରିବେ। ସରୁ ସରୁ ରାସ୍ତାରେ , ପୁରୁଣା ପୋଲ, ଗଭୀର ଜଙ୍ଗଲ, ସୁଢଙ୍ଗ ରାସ୍ତାରେ ଟ୍ରେନ ଗଲେ ଆପଣ ପ୍ରକୃତିର ସୁନ୍ଦର ରୂପକୁ ଅତି ନିକଟରୁ ଦେଖି ପାରିବେ।

- Advertisement -

ହିଡ଼େନ ଭ୍ୟାଲି ଟ୍ରେକିଙ୍ଗ –
ଏପରି କିଛି ସ୍ଥାନ ଆପଣଙ୍କୁ ପସନ୍ଦ କି , ଯେଉଁଠାରେ ଆପଣ ଶାନ୍ତ ପରିବେଶ ସହ ଆଡ଼ଭେନଞ୍ଚର ମଜା ନେଇପାରିବେ। ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।

ସିମ୍ସ ପାର୍କ –
କୁନ୍ନୁରର ଏହି ପାର୍କ ବୁଲିବା ପାଇଁ ଏକ ସୁନ୍ଦର ସ୍ଥାନ। ଏହି ପାର୍କରେ ଆପଣ ପ୍ରାୟ ୮୫ ପ୍ରକାରର ଗୋଲାପ, ଅନ୍ୟାନ୍ୟ ଫୁଲ ଦେଖି ପାରିବେ। ଏଠାରେ ଲୋକେ ଫଟୋ ମଧ୍ୟ ଉଠାଇଥାଆନ୍ତି। ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଟି ଫ୍ୟାକ୍ଟ୍ରି –
କୁନ୍ନୁରରେ ଟି ଫ୍ୟାକ୍ଟ୍ରି ବୁଲିବା ଓ ଚକୋଲେଟ ଖାଇବାର ସୁଯୋଗ ମିଳିଲେ କେହି ଏହାକୁ ହାତଛଡ଼ା କରନ୍ତି ନାହିଁ। କୁନ୍ନୁର ବିଶେଷ କରି ଘର ତିଆରି ଚକୋଲେଟ, ସତେଜ ଚା’ ଭଳି ଅନ୍ୟାନ୍ୟ ବହୁ ଦ୍ରବ୍ୟ ଏଠାରେ ପ୍ରସିଦ୍ଧ।

କ୍ୟାଥରାଇନ ଜଳପ୍ରପାତ –
ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକ ମାନେ ଏହି ସ୍ଥାନକୁ ବୁଲିବାକୁ ଆସନ୍ତି। ଉଚ୍ଚରୁ ଝରୁଥିବା ପାଣିର ଏହି ରୂପ ଦେଖିଲେ ମନେ ହୁଏ ପ୍ରକୃତି ନିଜର ସୌନ୍ଦର୍ଯ୍ୟ ଏଠାରେ ଅର୍ପଣ କରି ଦେଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories