ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ସହର
କେରଳର ବହୁ ସ୍ଥାନ ପାହାଡ଼, ନଦୀ, ଝରଣା ଏବଂ ସୁନ୍ଦର ଜଙ୍ଗଲରେ ପରିପୂର୍ଣ୍ଣ। ଏଠାକାର ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ତେଣୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇ ଆସିଥାଆନ୍ତି। ଭ୍ରମଣ ପାଇଁ କେରଳରେ ବହୁ ସ୍ଥାନ ରହିଛି। ଏହାକୁ ଦେବତାମାନଙ୍କ ଘର ବୋଲି କୁହାଯାଇଥାଏ। ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ଏହା କ୍ଷେତ୍ର ଅଟେ।
ଅଲେପ୍ପୀ – ଅଲେପ୍ପୀକେରଳର ଏକ ପ୍ରସିଦ୍ଧ ସ୍ଥାନ ଅଟେ। ସେପ୍ଟେମ୍ବର ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ଯିବା ସଠିକ ଅଟେ। ଅଲେପ୍ପୀରେ ସମୁଦ୍ର ବ୍ୟତୀତ ଶ୍ରୀକୃଷ୍ଣ ମନ୍ଦିର, କୃଷ୍ଣାପୁରମ ନଅର ଆଦି ସ୍ଥାନ ରହିଛି।
ମୁନ୍ନାର – ମୁନ୍ନାର ଦେଶର ସବୁଠାରୁ ଲୋକପ୍ରିୟ ହିଲ ଷ୍ଟେସନ ମଧ୍ୟରୁ ଗୋଟିଏ। ଏଠାରେ ୮୦ ହଜାର ମାଇଲ ଦୂରରେ ଚା’ର ବଗିଚା ବିସ୍ତାରିତ ହୋଇ ରହିଛି। କେରଳରେ ବର୍ଷର ଅଧିକାଂଶ ସମୟ ଥଣ୍ଡା ଅନୁଭୂତ ହୋଇଥାଏ। ତେଣୁ ପ୍ରାକୃତିକ ପରିବେଶ ସହ ଥଣ୍ଡାର ବେଶ ମଜା ନେଇପାରିବେ।
ବରକାଲା –
କେରଳରେ ଥିବା ବରକେଲା ଦେଶର ସବୁଠାରୁ ଉନ୍ନତ ସମୁଦ୍ର ତଟ ମାନଙ୍କ ମଧ୍ୟରୁ ଗୋଟିଏ। ଥିରୁଭାନନ୍ତପୁରମ ଠାରୁ ୫୧ କିଲୋମିଟର ଦୂରରେ ଅବସ୍ଥିତ। ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁ ସାରା ଦୁନିଆରେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଠାକୁ ଆକର୍ଷିତ ହୋଇ ଓ ରୋମାଞ୍ଚ ଭରିବା ପାଇଁ ଲୋକେ ଫଟୋ ଉଠାଇବା ସହ ବେଶ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିଥାଆନ୍ତି।
କୋଚ୍ଚି – କୋଚ୍ଚି କେରଳର ଅନ୍ୟ ଏକ ପ୍ରଧାନ ପର୍ଯ୍ୟଟସ୍ଥଳୀ ଅଟେ। ଏଠାରେ ଥିବା ଏନାର୍କୁଲମ ସହର ଏକ ଆଧୁନିକ ସହର ଅଟେ। ଏନାର୍କୁଲମକୁ ଆରବ ସାଗରର ରାଣୀ ରୂପରେ ମଧ୍ୟ ଜଣାଯାଏ।
କେରଳକୁ ଟ୍ରେନରେ ପହଞ୍ଚି ସେଠାରୁ ଘରୋଇ ଯାନରେ ଯାଇପାରିବେ।