ବାଲିଗୁଡା : ଭିଜିଲାନ୍ସ ଜାଲରେ ବାଲିଗୁଡା ରାଜସ୍ୱ ନିରୀକ୍ଷକ ତାରିଣୀ ପରିଛା ଧରାପଡିଛନ୍ତି। ବାଲିଗୁଡା ଥାନା ଅଧୀନ ବଡ଼ଗାଁର ଶୁକଦେବ ମଳିକ ଭୂମି ଚିହ୍ନଟ ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲଦାର ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକଙ୍କୁ ସୂଚନା ଦେବାକୁ କହିଥିଲେ। ଭୂମି ଚିହ୍ନଟ ସପକ୍ଷରେ ରିପୋର୍ଟ ଦେବା ପାଇଁ ରାଜସ୍ବ ନିରୀକ୍ଷକ ଶୁକଦେବଙ୍କୁ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଶୁକଦେବ ଭିଜିଲାନ୍ସରେ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ବୁଧବାର ଦିନ ଶୁକଦେବ ରାଜସ୍ନ ନିରୀକ୍ଷକଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ। ତାଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି।



