www.samajalive.in
Sunday, December 7, 2025
14.1 C
Bhubaneswar

ମିରିଗିସିଙ୍ଗାର ସୌନ୍ଦର୍ଯ୍ୟ

ଭ୍ରମଣ ଋତୁ ଅର୍ଥାତ ଶୀତଦିନ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯାଇଥାଆନ୍ତି। ଓଡ଼ିଶାରେ ଥିବା ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କେନ୍ଦୁଝର ଏକ ପ୍ରଧାନ ସ୍ଥାନ ଅଟେ। କେନ୍ଦୁଝର ଜିଲାର ବଡ଼ବିଲ ତହସିଲର ଦାମପୁର ଗ୍ରାମରେ ମିରିଗିିସିଙ୍ଗା ପିକନିକ ସ୍ପଟ ରହିଛି। ବୈତରଣୀ ନଦୀକୂଳରେ ଥିବା ଏହି ସ୍ଥାନଟି ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଁଙ୍କୁ ବେଶ୍‍ ଆତ୍ମବିଭୋର କରିଥାଏ। ଏହାର ନିକଟରେ ବାବା ଝାଡ଼େଶ୍ୱର ଶୈବପୀଠ ରହିଛି। ଏହି ଶୈବପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ନଦୀକୂଳରେ ଥିବା ବିଶାଳ ଆକାରର ପ୍ରସ୍ତରଖଣ୍ଡ ବଣଭୋଜି ପାଇଁ ବେଶ ଆକର୍ଷଣୀୟ ଅଟେ। ବହୁ ଲୋକେ ଏଠାକୁ ଆସି ବଣଭୋଜି କରିଥାଆନ୍ତି। ଝରଣାର ଶବ୍ଦ ଓ ଏହାର ସୁନ୍ଦର ରୂପ ସଭିଁଙ୍କ ମନମୁଗ୍ଧ କରିଥାଏ । କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡ, ଯୋଡ଼ା ବ୍ଲକ, ବଡ଼ବିଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ପିକନିକ ନିମନ୍ତେ ଏଠାକୁ ପର୍ଯ୍ୟଟକମାନେ ଆସିଥାଆନ୍ତି। ପାହାଡ଼, ପଥର , ଝରଣା, ସବୁଜ ବନାନୀ ବେଷ୍ଟିତ ପ୍ରାକୃତିକ ପରିବେଶ ହୃଦୟକୁ ଆନନ୍ଦବିଭୋର କରିଦିଏ। ପ୍ରକୃତିର ନିଜର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଏଠାରେ ଅଜାଡ଼ି ଦେବା ଭଳି ଅନୁଭବ ହୋଇଥାଏ। ତେଣୁ ଏହି ସୁନ୍ଦର ଓ ରମଣୀୟ ସ୍ଥାନରେ ଏହି ପର୍ଯ୍ୟଟନ ଋତୁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories