www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସରେ ଯୋଗ ଦେଲେ ରାଜସ୍ଥାନରେ ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି। ରାଜସ୍ଥାନର ଦୋଷା ସାଂସଦୀୟ କ୍ଷେତ୍ରରୁ ସାଂସଦ ଥିବା ହରୀଶ ମୀଣା ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ମୀଣାଙ୍କୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସଚୀନ ପାଇଲଟ ଓ ଅଶୋକ ଗେହେଲୋତଙ୍କ ଉପସ୍ଥିତିରେ ଦଳରେ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଶୋକ ଗେହେଲୋତ ତାଙ୍କ ଭାଷଣରେ ଦେଶର ସମସ୍ତ ନେତା କଂଗ୍ରେସ ଆଡ଼କୁ ମୁହାଁଉଥିବାବେଳେ ବିଜେପି କେବଳ ରାମ ମନ୍ଦିର ପ୍ରସଙ୍ଗ ଦୋହରାଇ ଚାଲିଛି ବୋଲି ମତବ୍ୟକ୍ତ କରିଥିଲେ। ବିଜେପିରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାର୍ଟି ଅଧ୍ୟକ୍ଷ ଅମୀତ ଶାହଙ୍କ ନିଷ୍ପତ୍ତି ଚାଲୁଥିବାବେଳେ ମୀଣାଙ୍କ ପରି ନେତା କଂଗ୍ରେସକୁ ଅଧିକ ମଜବୁତ୍‍ କରିବ ବୋଲି ଶ୍ରୀ ଗେହେଲୋତ ଦୃଢୋକ୍ତି ପ୍ରକାଶ କରିଥିଲେ। କଂଗ୍ରେସରେ ଗୋଷ୍ଠିକନ୍ଦଳ ନାହିଁ ବୋଲି ଗେହେଲୋତ ସ୍ୱୀକାର କରିବା ସହ ଚଳିତ ନିର୍ବାଚନରେ ସଚୀନ ପାଇଲଟ ଓ ଅଲୋକ ଗେହେଲୋତ ଉଭୟେ ନିର୍ବାଚନରେ ଲଢିବେ ବୋଲି ଘୋଷଣା କରିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories