www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରେନର ନାଁ ବଦଳାଇଲା ଭାରତୀୟ ରେଳ: ଲୋକେ କହିଲେ, ‘ଗୁଗଲ ଅନୁବାଦ କଲେ ଏମିତି ହୁଏ’

ନୂଆଦିଲ୍ଲୀ : ଅନେକ ଥର ଗୁଗଲ ଅନୁବାଦ କୌଣସି ଶବ୍ଦର ସମ୍ପୂର୍ଣ୍ଣ ଅଲଗା ଅର୍ଥ ବାହାର କରିଥାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏକ ବୋର୍ଡରେ । ବୋର୍ଡରେ ଏକ ଟ୍ରେନର ନାଁକୁ ଅନୁବାଦ ପରେ ‘ହତ୍ୟାକାରୀ ଏକ୍ସପ୍ରେସ’ ବୋଲି ଦର୍ଶାଇଛି ଗୁଗଲ । ଘଟଣାଟି ଏମିତି ହୋଇଛି କି ମାଲାୟାଲମ୍ ଭାଷାର ଅନୁବାଦରେ ତ୍ରୁଟି ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ହଟିୟା- ଏର୍ନାକୁଲମ ଏକ୍ସପ୍ରେସରେ ‘ହଟିୟା’ ନାମକ ଏକ ବୋର୍ଡର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହା ପରେ ଭାରତୀୟ ରେଳକୁ ଆଲୋଚନାର ସାମ୍ନା କରିବାକୁ ପଡୁଛି । ରେଳ ହଟିୟାର ମାଲାୟାଲମରେ ଅନୁବାଦ ‘କୋଲାପଥକମ୍’ କରିଦେଇଛି । ଏହାର ହିନ୍ଦୀ ଅର୍ଥ ହେଉଛି ‘ହତ୍ୟାରା’ ବା ଓଡିଆରେ ‘ହତ୍ୟାକାରୀ’ । ଏହି  ବୋର୍ଡର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ରେଳ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ ଭ୍ରମ ଯୋଗୁଁ ଏହି ଭୁଲ୍ ହୋଇଛି । ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହି ତ୍ରୁଟି ଉପରେ ହଳଦିଆ ରଙ୍ଗ ବୋଳାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି କି ଗୁଗଲ ଟ୍ରାନ୍ସଲେଟ୍ ଉପରେ ଅଧିକ ନିର୍ଭର କଲେ ଏଭଳି ତ୍ରୁଟି ହୋଇଥାଏ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories