www.samajalive.in
Saturday, December 6, 2025
23.1 C
Bhubaneswar

ସେଲ୍‌ଫି ହେଲା କାଳ: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ମେଦିନୀପୁରରେ ସେଲ୍‌ଫି ପାଇଁ ଦୁଇ ଜଣ ଯୁବକଙ୍କ ଜୀବନ ଯାଇଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସର କହିବାନୁସାରେ, ମେଦିନୀପୁର ରେଳ ଧାରଣା ଉପରେ ସେଲ୍‌ଫି ନେଉଥିବା ସମୟରେ ଏହି ଅଘଟଣ ଘଟିଛି। ଏଥିରେ ୩୬ ବର୍ଷୀୟ ମିଥୁନ ଖାନ ଓ ୩୨ ବର୍ଷୀୟ ଅବ୍‌ଦୁଲ ଗେନଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ମେଦିନୀପୁରରେ ରଙ୍ଗମତୀ ଅଞ୍ଚଳରେ ରେଳ ବ୍ରିଜ୍‌ ନିକଟରେ ଏକ ପର୍ଯ୍ୟଟନ ସ୍ଥଳ ରହିଛି। କିଛି ଯୁବକ ସେଠାକୁ ବଣଭୋଜି କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ସେଲ୍‌ଫି ନେବା ପାଇଁ ରେଳ ଧାରଣା ନିକଟକୁ ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ସମୟରେ ମେଦିନୀପୁରରୁ ହାୱଡ଼ା ଯାଉଥିବା ଲୋକାଲ ଟ୍ରେନ୍‌ ଆସିଥିଲା। ଟ୍ରେନ ଚାଳକ ବାରମ୍ବାର ହର୍ଣ୍ଣ ବଜାଇବା ସତ୍ତ୍ବେ ଯୁବକମାନେ ଆଗରୁ ହଟି ନଥିଲେ। ଏହାପରେ ୩ ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳ ଧାରଣାରେ ଫଟୋ ଉଠାଇବା ନିଷେଧ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଏହାସତ୍ତ୍ବେ ଲୋକେ ସେଠାକୁ ଯାଉଛନ୍ତି ଏବଂ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories