www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରେମ ଦିବସରେ ମାସ୍କ ପିନ୍ଧିବେ ପ୍ରେମୀ ଯୁଗଳ, ନିର୍ଦ୍ଦେଶ ଦେଲେ ସରକାର

ବ୍ୟାଙ୍କକ: ଆସୁଛି ପ୍ରେମ ଦିବସ ଅର୍ଥାତ୍‍ ଭାଲେଣ୍ଟାଇନ୍ସ ଡେ’ । ଏହି ଦିନକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି । କରୋନା ସଂକ୍ରମଣ ଜାରି ରହିଥିବାରୁ ସମସ୍ତ ପ୍ରେମୀ ଯୁଗଳଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଖାଲି ପ୍ରେମୀ ଯୁଗଳ ନୁହେଁ ଦମ୍ପତିଙ୍କ ପାଇଁ ମଧ୍ୟ ଏହି ନିର୍ଦ୍ଦେଶ ରହିଛି । ସାମଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ଥାଇଲାଣ୍ଡ ସରକାର । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ କରୋନା ସଂକ୍ରମଣରେ ରୋକ୍‍ ଲାଗାଇବାକୁ ଏପରି ପଦକ୍ଷେପ ନେଇଛନ୍ତି ସରକାର । ଥାଇଲାଣ୍ଡରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କେବଳ ସହରରେ ଦୈନିକ କରୋନା ମାମଲା ୮ହଜାର ଚିହ୍ନଟ ହେଉଛନ୍ତି । ଯାହାକି ମାତ୍ର ଗତ ୧୫ ଦିନରେ ଏହା ଦ୍ୱିଗୁଣିତ ହୋଇଛି ବୋଲି କୁହାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ସଂକ୍ରମଣ ବଢ଼ିବ ନାହିଁ ବୋଲି ଆଶା କରାଯାଉଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories