www.samajalive.in
Saturday, December 6, 2025
26.1 C
Bhubaneswar

ନାହଙ୍ଗ ଓ ଉମର ପଞ୍ଚାୟତରେ ମନ୍ତ୍ରୀ ପ୍ରତପ ଜେନାଙ୍କ ଜୋରଦାର ଭୋଟ ପ୍ରଚାର

କୁଆଁପାଳ: ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ଶାସକ ଦଳପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳରେ ଭୋଟ ପ୍ରଚାର ସେତେ ଜୋରଦାର ହେଉଛି । ମନ୍ତ୍ରୀ ପ୍ରତାପ ଜେନା ମାରାଥନ ଗ୍ରସ୍ତ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୪୧ ଓ ୪୨ ନଂ ଜିଲ୍ଲାପରିସଦ ଯୋନରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଗାଁ ଛକ ଛକରେ ପହଂଚି ସାଧାରଣ ଭୋଟର ମାନଙ୍କୁ ନବୀନ ବାବୁଙ୍କ ବିକାଶମୂଖୀ କାର୍ୟ୍ୟର ବାର୍ତ୍ତା ବାଣ୍ଟିବା ସହ ଦଳ ସପକ୍ଷରେ ଭୋଟ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଦଳୀୟ କର୍ମକର୍ତ୍ତାଙ୍କ ସହ ଉମର ପଂଚାୟତ ବ୍ୟାଙ୍କ ଛକ ଠାରେ ଆୟୋଜିତ ନିର୍ବାଚନୀ ବୈଠକରେ ଯୋଗଦେଇ ଜିଲ୍ଲାପାରିଷଦ ପ୍ରାର୍ଥୀ ଜଗବନ୍ଧୁ ସେଠୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦଳୀୟ କର୍ମୀ ମାନଙ୍କୁ ନିବେଦନ କରିବା ସହ ନବୀନ ବାବୁଙ୍କ ମାଳ ମାଳ ଜନକଲ୍ୟାଣକାରୀ ଯୋଜନାରେ କିପରି ଲୋକମାନେ ଉପକୃତ ହେଉଛନ୍ତି ସେନେଇ ନବୀନ ବାବୁଙ୍କ ବାର୍ତ୍ତା ଦେଇଛନ୍ତି ।

ଏଥିସହ କେବଳ ବିଜେଡି ଦଳ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ କରିବା ଓ ଅଧୁରା କାର୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେଡି ହିଁ ଏକମାତ୍ର ବିକଳ୍ପ ବୋଲି ଭୋଟର ମାନକୁ ବାର୍ତ୍ତା ଦେଇଛନ୍ତି । ଏହି ବୈଠକରେ ଉମର ପଂଚାୟତର ଯୁବ ସଂଗଠକ ଚିତ୍ତରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ ଜଗନ୍ନାଥ ପ୍ରଧାନ, ରବୀନ୍ଦ୍ର ପଣ୍ଡା, ବିଜୟ ସିଂହ, ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ଦାସ ସରପଞ୍ଚ ପାର୍ଥି ଇଂ ଶାଶ୍ୱତ ରଞ୍ଜନ ଦାସ ଙ୍କ ସମେତ ବହୁ ମହିଳା ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ, ସେହିପରି ନାହଙ୍ଗ ପଂଚାୟତ ଅଚ୍ୟୁତପୁର ଠାରେ ଆୟୋଜିତ ନିର୍ବାଚନୀ ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇ ୪୨ ନଂ ଜିଲ୍ଲାପରିସଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ କର୍ମୀମାନକୁ ନିବେଦନ କରିବା ସହ ସରପଞ୍ଚ ପ୍ରାର୍ଥିନୀ ମନୋରମା ମହାନ୍ତି ଓ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ସମାଲଙ୍କୁ ଆସନ୍ତା ନିର୍ବାଚନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିରେ ଜିଲ୍ଲାପରିସଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଚିଆରଂଜନ ମହାନ୍ତି, ଦେବରଂଜନ ମହାନ୍ତି, ବିଜେଡି ପଂଚାୟତ ସଭାପତି ଜଳଧର ନାୟକଙ୍କ ସମେତ ପଂଚାୟତର ବହୁ ବରିଷ୍ଠ କର୍ମୀ ଓ ମହିଳା ମାନେ ଉପସ୍ଥିତ ରହିଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories