www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା; ୩୧ ଆହତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରବିବାର ଘଟିଛି ଏକ ରେଳ ଦୁର୍ଘଟଣା। ରେଳ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ଟ୍ରେନ। ଏହି ଦୁର୍ଘଟଣାରେ ପ୍ରାୟ ୩୧ ଜଣ ଲୋକ ଆହତ ହୋଇଛନ୍ତି। ଶେଖପୁରା ଜିଲାର କିଲା ସତ୍ତାର ଶାହ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମିଆଁୱାଲିରୁ ଲାହୋରକୁ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ସେହି ଟ୍ରାକରେ ଯାଉଥିଲା, ଯେଉଁ ଟ୍ରାକରେ ପୂର୍ବରୁ ଏକ ମାଲବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଲୋକୋପାଇଲଟ୍‌ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଉଦ୍ଧାରକାରୀ ଦଳ କର୍ମଚାରୀଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

ରେଳ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଲୋକୋପାଇଲଟ୍‌ ଇମ୍ରାନ ସରୱର ଏବଂ ତାଙ୍କ ସହକାରୀ ମହମ୍ମଦ ବିଲାଲଙ୍କ ସମେତ ଚାରିଜଣ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ପରେ ଲାହୋର ଡିଭିଜନରେ ଟ୍ରେନ୍ ଚଳାଚଳ ସୁରୁଖୁରୁରେ ଚାଲିଛି। ଟ୍ରାକ୍‌କୁ ସଫା କରିଦିଆଯାଇଛି। ଏହା ବ୍ୟତୀତ ଡେପୁଟି ପ୍ରିନ୍ସିପାଲ ଅଫିସରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯାଇଛି, ଯାହାକି ୨୪ ଘଣ୍ଟା ମଧ୍ୟରେ ଘଟଣାର ରିପୋର୍ଟ ଦାଖଲ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories