www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଖସି ପଡିଲେ ମହିଳା, ଆଉ ତା’ପରେ.. 

ନୂଆଦିଲ୍ଲୀ : ରେଳ ଷ୍ଟେସନରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥାଏ । ଯାହା ଭୟଭୀତ, ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଅନେକ ସମୟରେ ରେଳ ଷ୍ଟେସନର କିଛି ଦୁର୍ଘଟଣା ଅସାବଧାନତା କାରଣରୁ ଘଟୁଥିବା ମଧ୍ୟ ଦେଖାଯାଏ । ସାମାନ୍ୟ ଅସାବଧାନତା କାରଣରୁ ଅନେକ ମୂଲ୍ୟବାନ୍‌ ଜୀବନ ବିପଦରେ ପଡିବା ସହ ଚାଲିଯାଏ । ମହାରାଷ୍ଟ୍ରର ବୋରୀବଲୀ ରେଳ ଷ୍ଟେସନର ଏକ ଛାତିଥରା ଦୃଶ୍ୟ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

ଜଣେ ମହିଳା ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବାକୁ ଚେଷ୍ଟା କରିବା ସମୟରେ ସେ ଟ୍ରେନ୍‌ ଓ ପ୍ଲାଟଫର୍ମ ମଝିରେ ଫସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ସୁରକ୍ଷାକର୍ମୀ ନିଜ ଉପସ୍ଥିତ ବୁଦ୍ଧି ଓ ସାହସ କାରଣରୁ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି।

- Advertisement -

ଭିଡିଓରେ ଦେଖିପାରିବେ, ମହିଳା ଜଣକ ଶୀଘ୍ର ଶୀଘ୍ର ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ହଠାତ୍‌ ଖସି ପଡିବା ସହ ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ଫସି ଯାଇଥିଲେ। ଉପସ୍ଥିତ ଥିବା ଲୋକେ ଚିତ୍କାର କରିବାକୁ ଆରମ୍ଭ କଲେ। ସେଠାରେ ତୁରନ୍ତ ଜଣେ ସୁରକ୍ଷାକର୍ମୀ ମହିଳାଙ୍କ ଜୀବନ ରକ୍ଷା କରିଥିଲେ । ନିଜର ସାହସ ଓ ସତର୍କତାର ସହ ମହିଳାଙ୍କୁ ଉଦ୍ଧାର କରିଥିଲେ । ସମ୍ପୂର୍ଣ୍ଣ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୋକେ ଭିଡିଓ ଦେଖିବା ପରେ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମହିଳାଙ୍କ ଜୀବନ ରକ୍ଷା କରିଥିବାରୁ ସୁରକ୍ଷାକର୍ମୀଙ୍କୁ ରେଲୱେ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହାସହ ଚଳନ୍ତା ଟ୍ରେନ୍‌ରେ ଓହ୍ଲାଇବା କିମ୍ବା ଚଳନ୍ତା ଟ୍ରେନ୍‌ରେ ନଚଢିବା ପାଇଁ ପରାମର୍ଶ ଦିଆଯାଇଛି।

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories