www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତରପ୍ରଦେଶ : ଟ୍ରେନରେ କଟି ୩୬ଟି ଗୋରୁ ମୃତ

ହମିରପୁର : ଉତ୍ତରପ୍ରଦେଶର ହମିର୍‍ପୁର ଜିଲାରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣାରେ ୪୨ଟି ଗାଈଗୋରୁଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାଗେଲ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନରେ କଟି ୩୬ଟି ଗାଈଗୋରୁଙ୍କର ମୃତ୍ୟୁ ହୋଇଛି। ସେହିପରି ଜଲାଲପୁର ପୁଲିସ ଥାନା ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡି ୬ଟି ଗାଈଙ୍କର ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶ ସରକାର ଜାନୁଆରୀ ୧୦ ତାରିଖ ସୁଦ୍ଧା ବୁଲା ଗାଈଗୋରୁଙ୍କୁ ଗୋଶାଳାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଅବୈଧ କଂସେଇଖାନାକୁ ବନ୍ଦ କରାଯିବା ପରେ ରାସ୍ତାରେ ଗାଈ ଗୋରୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଦ୍ୱାରା କୃଷକଙ୍କ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ୫୧୦ଟି ପଞ୍ଜିକୃତ ଗୋଶାଳା ଓ ୫୦ଟି ଜିଲାରେ ବିଭିନ୍ନ ଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି। ଏକ ଗୋଶାଳା ପାଇଁ ବର୍ଷକୁ ୧.୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବୁଲା ଗାଈଗୋରୁ ଉତ୍ତରପ୍ରଦେଶରେ ଲୋକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories