www.samajalive.in
Saturday, December 13, 2025
27.1 C
Bhubaneswar

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଧରପଗଡ଼, ଦିନକରେ ୧.୦୪ ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ଲାଗି କମିସନରେଟ ପୁଲିସ ଯାଞ୍ଚ କୋହଳର ବେଶ୍‌ ଫାଇଦା ନେଇଥିଲେ କିଛି ଅମାନିଆ ଗାଡ଼ି ଚାଳକ। ପୂଜା ସମୟରେ ଟ୍ରାଫିକ୍‌ ଅବସ୍ଥା ଜଟିଳ ହୋଇପଡ଼ିଥିଲା। ସହରର ଟ୍ରାଫିକ୍‌ ପରିସ୍ଥିତିକୁ ସଜାଡ଼ିବା ଲାଗି ଟ୍ରାଫିକ୍‌ ପୁଲିସ ପକ୍ଷରୁ ଶୁକ୍ରବାର ଜୋର୍‌ଦାର ଧରପଗଡ଼ ଆରମ୍ଭ ହୋଇଛି। ସହରର ଏକାଧିକ ସ୍ଥାନରେ କମିସନରେଟ ପୁଲିସ ପକ୍ଷରୁ ପୁଣି ଟ୍ରାଫିକ୍‌ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଦିନକରେ ୨୦୭ଜଣ ଉଲ୍ଲଘଂନକାରୀଙ୍କଠାରୁ ୧,୦୪,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
କଳ୍ପନା, ବାଣୀବିହାର, ଆଚାର୍ଯ୍ୟବିହାର, ରସୁଲଗଡ଼, ଏଜି, ନାଲ୍‌କୋ ଭଳି ଛକରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପୂଜା ପରେ ପ୍ରଥମ ଦିନରେ ୨୦୭ ଜଣ ଉଲ୍ଲଘଂନକାରୀଙ୍କଠାରୁ ୧.୦୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜୋରିମାନା ଗଣିଥିବା ଅନେକ ଚାଳକ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ। ସେମାନଙ୍କଠାରୁ ଇ-ଚାଲାଣ ମେସିନ୍‌ ମାଧ୍ୟମରେ ଜୋରିମାନା ଆଦାୟ କରାଯାଇଛି। ଅନେକ ଚାଳକ ପୁଣି ଟ୍ରାଫିକ୍‌ କଟକଣା ଲାଗୁ ହେଲାଣି କି ବୋଲି ପୁଲିସ କର୍ମଚାରୀଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ପୂଜା ସମୟରେ ସହରରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ୧୦ରୁ ଅଧିକ ଛୋଟବଡ଼ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୫ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଦ୍ରୁତଗତିରେ ଗାଡ଼ି ଚଳାଇବା, ଓଭରଟେକିଂ ଓ ବିପରୀତ ଦିଗରେ ଗାଡ଼ି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣେ ଟ୍ରାଫିକ୍‌ ଅଧିକାରୀ କହିଛନ୍ତି। ସହରରେ ଟ୍ରାଫିକ୍‌ ସ୍ଥିତିରେ ସୁଧାର ଆଣିବା ଲାଗି କମିସନରେଟ ପୁଲିସ ପ୍ରଥମେ ପ୍ରାଥମିକତା ଦେଇଛି। ପୁଲିସ ପକ୍ଷରୁ ଟ୍ରାଫିକ୍‌ ଯାଞ୍ଚ କରାଯାଇଛି ଆଗକୁ ଜାରି ରହିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories