www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ୍‌ ଉପରେ ଧକ୍କା ଟ୍ରାକ୍ଟର: ମା’ ଝିଅ ମୃତ, ବାପା ଗୁରୁତର

ବରଗଡ଼: ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର। ମା’ ଝିଅ ମୃତ ହୋଇଥିବାବେଳେ ବାପା ଗୁରୁତର ଅଛନ୍ତି। ଭେଡେନ୍‌ ଥାନା ବୁର୍‌ଦା ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟା ଘଟିଛି, ଯେଉଁଥିରେ ଘଟଣାସ୍ଥଳରେହିଁ ମା’ ସହ ୪ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ଗୁରୁତର ବାପା ସଂକଟାପନ୍ନ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିର ଜିଲା ବେନ୍ଦ୍ରା ଗାଁର ମାନଧାତା ବାରିକ, ତାଙ୍କ ପତ୍ନୀ ସତ୍ୱଞ୍ଜଳି ବାରିକ ଓ ୪ ବର୍ଷର ଝିଅ ପ୍ରତୀକ୍ଷା ବୁର୍ଲାରେ ରୁହନ୍ତି। ଆଜି ଏହି ପରିବାର ଏକ ବାଇକ୍‌(ଓଡି୧୭ଭି୪୫୧୬)ରେ ଗାଁକୁ ଫେରୁଥିଲେ। ଭେଡେନ୍‌ ବ୍ଲକ ବୁର୍ଦ୍ଦା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ପତ୍ନୀ ସତ୍ୱଞ୍ଜଳି ଓ ଝିଅ ପ୍ରତୀକ୍ଷାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ମାନଧାତା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories