www.samajalive.in
Saturday, December 6, 2025
15.1 C
Bhubaneswar

୨୩ରେ କଲକାତା ଯିବେ ପ୍ରଧାନମନ୍ତ୍ରୀ, ପରାକ୍ରମ ଦିବସ ସମାରୋହରେ ଯୋଗଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖରେ କଲକାତା ଗସ୍ତରେ ଯିବେ। ସେଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ସମାରୋହରେ ସାମିଲ ହୋଇ ଉଦବୋଧନ ଦେବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଅନ୍ତର୍ଗତ ଜେରଙ୍ଗା ପାଥର ଗସ୍ତ କରିବେ, ଯେଉଁଠାରେ ୧ ଲକ୍ଷ ୬ ହଜାର ଭୂମି ପଟ୍ଟା ବିତରଣ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଏବେଠାରୁ ପ୍ରତିବର୍ଷ ‘ପରାକ୍ରମ ଦିବସ’ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଆସନ୍ତା ୨୩  ତାରିଖରେ ପାଳନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଗତ ମଙ୍ଗଳବାର ସୂଚନା ଦେଇଥିଲେ।

- Advertisement -

ଏହି ଅବରସରେ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ଲାଇବ୍ରେରୀ ମଇଦାନରେ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ୨୦୦ କଳାକାର ୪୦୦ ମିଟର ଲମ୍ବ କାନଭାସ୍‌ରେ ଚିତ୍ରକଳା ପ୍ରଦର୍ଶନ କରିବେ। ଏଥିରେ ନେତାଜୀଙ୍କ ଜୀବନଗାଥାକୁ ଦର୍ଶାଯିବ। ଅନ୍ୟପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କଟକରେ ନେତାଜୀଙ୍କ ଜନ୍ମସ୍ଥାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories