www.samajalive.in
Tuesday, December 9, 2025
16.1 C
Bhubaneswar

୩ଟି ମଡେଲର ସପ୍ଲାଇ ବନ୍ଦ କରିବ ଟୋୟୋଟା, ଇଞ୍ଜିନରେ ରହିଛି ତ୍ରୁଟି

ନୂଆଦିଲ୍ଲୀ : ଗାଡି ନିର୍ମାତା କମ୍ପାନୀ ଟୋୟୋଟା କିର୍ଲୋସ୍କର ନିଜର କିଛି ଗାଡିର ସପ୍ଲାଇ ରୋକିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ନିକଟରେ ଏକ ବୟାନରେ ଏନେଇ ସୂଚନା ଦେଇଛି । ଟୋୟୋଟା ଇନୋଭା କ୍ରିଷ୍ଟା, ଟୋୟୋଟା ଫର୍ଚ୍ୟୁନର ଏବଂ ଟୋୟୋଟା ହାଇଲକ୍ସର ସପ୍ଲାଇ ଆଗାମୀ କିଛି ମାସ ପର୍ଯ୍ୟନ୍ତ ବନ୍ଦ ରହିବ । କମ୍ପାନୀ ଜଣାଇଛି କି ଅସ୍ଥାୟୀ ରୂପେ ଏହି ୩ ମଡେଲର ସପ୍ଲାଇ ଉପରେ ରୋକ ଲଗାଇଦିଆଯାଇଛି । ଏହି ୩ ମଡେଲର ଡିଜେଲ ଇଞ୍ଚିନରେ କିଛି ତ୍ରୁଟି ନଜର ଆସିଛି । ଏହି କାରଣରୁ କମ୍ପାନୀ ଏମିତି ନିଷ୍ପତ୍ତି ନେଇଛି । କମ୍ପାନୀ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ୩ ମଡେଲର କୌଣସି ସପ୍ଲାଇ କରିବନି । ଯଦି ଆପଣ ଏହି ୩ଟି ମଡେଲରୁ କୌଣସିକୁ କିଣିବାକୁ ପ୍ରସ୍ତୁତ ହେଉଥିଲେ ତେବେ ଏହି ଖବର ଥରେ ପଢିଦିଅନ୍ତୁ ।

ଗାଡି ନିର୍ମାତା ଟୋୟୋଟା କିର୍ଲୋସ୍କର ମୋଟର ଡିଜେଲ ଇଞ୍ଜିନରେ କିଛି ତ୍ରୁଟି ଦେଖିବାକୁ ପାଇବା ପରେ ଏମିତି ନିଷ୍ପତ୍ତି ନେଇଛି । କମ୍ପାନୀ ଦିନକ ପୂର୍ବରୁ କହିଥିଲା କି ଡିଜେଲ ଇଞ୍ଜିନ୍ ବିଶିଷ୍ଟ ୩ ମଡେଲର  ହର୍ସ ପାଓ୍ବର ଆଉଟପୁଟ ସମ୍ବନ୍ଧିତ ପରୀକ୍ଷଣରେ ଅନିୟମିତତା ସାମ୍ନାକୁ ଆସିଛି । ଭାରତରେ ଏହି ଇଞ୍ଜିନର ବ୍ୟବହାର ଇନୋଭା କ୍ରିଷ୍ଟା, ଫର୍ଚ୍ୟୁନର ଓ ହାଇଲକ୍ସ ମଡେଲରେ କରାଯାଏ । ବୈଶିକ ସ୍ତରରେ ୧୦ଟି ମଡେଲରେ ଏହି ଇଞ୍ଜିନକୁ ବ୍ୟବହାର କରାଯାଏ । ଏଥିରେ ଜାପାନର ୬ ମଡେଲ ମଧ୍ୟ ସାମିଲ ।

- Advertisement -

ଏସମ୍ପର୍କରେ ଟୋୟୋଟା କିର୍ଲୋସ୍କର ମୋଟରର ମୁଖପାତ୍ର କହିଛନ୍ତି କି ଏହି ତ୍ରୁଟି ଇଞ୍ଜିନର ପାଓ୍ବର ଏବଂ ଟର୍କରେ ରହିଛି । କିନ୍ତୁ ହର୍ସପାଓ୍ବର, ଟର୍କ ବା ଇଞ୍ଜିନ ସମ୍ପର୍କିତ ଅନ୍ୟ ମାମଲାରେ କୌଣସି ସମସ୍ୟା ଦେଖାଦେଇନି । ତେବେ ସମସ୍ୟାର ସମାଧାନ ପାଇଁ କମ୍ପାନୀ କିଛି ମାସ ପର୍ଯ୍ୟନ୍ତ ଗାଡିର ସପ୍ଲାଇ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହା ମଧ୍ୟରେ କମ୍ପାନୀ ଏହି ୩ଟି ମଡେଲର ଅର୍ଡର ନେବା ଜାରି ରଖିବ ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories