www.samajalive.in
Wednesday, December 10, 2025
14.1 C
Bhubaneswar

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ପୁରୀ / କେନ୍ଦ୍ରାପଡା : ଶୀତ ଋତୁର ପ୍ରାରମ୍ଭରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଓଡିଶା ଉପକୂଳରେ କଇଁଛମାନଙ୍କୁ ଦେଖିବାକୁ ମିଳିଛି। ସେମାନେ ବଂଶବୃଦ୍ଧି ପାଇଁ ଅଣ୍ଡା ଦେବା ଆରମ୍ଭ କରି ସାରିଛନ୍ତି।

କଇଁଛଙ୍କ ଆଗମନ ହେତୁ କେନ୍ଦ୍ରାପଡା ଜିଲାର ଗହିରମଥା ଓ ପୁରୀର ଅସ୍ତରଙ୍ଗ ଅଞ୍ଚଳରେ ବନ ବିଭାଗ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି। ନଭେମ୍ବର ମାସ ଆରମ୍ଭରୁ ମାଛ ଧରା ଉପରେ କଟକଣା ଜାରି କରାଯାଇଛି। ବାବୁବାଲି ଓ ଅଗରନାସିରେ ୨ଟି ସ୍ପିଡ ବୋଟ ସହ ୩୪ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

- Advertisement -

ପୁରୀ ଜିଲା ସମୁଦ୍ରବେଳାରେ ମଧ୍ୟ କଇଁଛଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ମିଳନ ସମୟ ହୋଇଥିବାରୁ ସମୁଦ୍ର ଉପକୂଳକୁ କଇଁଛ ଆସିବା ସମ୍ଭାବନା ରହିଛି। ଏଥିପାଇଁ ନଭେମ୍ବର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବେଆଇନ ମାଛମରାକୁ ରୋକିବାକୁ ସାମୁଦ୍ରିକ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories