www.samajalive.in
Tuesday, December 9, 2025
15.1 C
Bhubaneswar

୨୦୨୧ ଟୋକିଓ ଅଲିମ୍ପିକ୍‍ସ ସପକ୍ଷରେ ୨୪% ଜାପାନୀ

ଟୋକିଓ : ଚଳିତବର୍ଷ ଜାପାନ ରାଜଧାନୀ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ସ କୋଭିଡ୍‍-୧୯ ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଅଲିମ୍ପିକ୍‍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଟୋକିଓ ଅଲିମ୍ପିକ୍‍ସ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଖେଳାଯିବ। ଅଲିମ୍ପିକ୍‍ସ ଭଳି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବା ପ୍ରତ୍ୟେକ ଦେଶ ପାଇଁ ଗର୍ବର ବିଷୟ। ହେଲେ କରୋନା ସଂକ୍ରମଣ ଏବଂ ଜୀବନହାନୀ ଅଲିମ୍ପିକ୍‍ସଠାରୁ ମୁହଁ ଫେରାଇନେବା ଲାଗି ବାଧ୍ୟକରିଛି। ଜାପାନରେ ୩ ଦିନ ଧରି ଅନୁଷ୍ଠିତ ଏକ ସର୍ଭେରୁ ଜଣାପଡ଼ିଛି ଯେ ମାତ୍ର ୨୩.୯ ପ୍ରତିଶତ ଜାପାନୀ ଚାହାନ୍ତି ଯେ ଆସନ୍ତାବର୍ଷ ତାଙ୍କ ଦେଶରେ ଅଲିମ୍ପିକ୍‍ସ ଆୟୋଜନ ହେଉ। ସର୍ବାଧିକ ୩୬.୪ ପ୍ରତିଶତ ଜାପାନବାସୀ ଚାହାନ୍ତି ଯେ ଏହି ଅଲିମ୍ପିକ୍‍ସକୁ ପୁଣି ଘୁ୍‍ଞ୍ଚାଇ ଦିଆଯାଉ। ୩୩.୭ ଜାପାନୀ ଚାହାନ୍ତି ଯେ ଅଲିମ୍ପିକ୍‍ସକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଉ। ସର୍ଭେରେ ଭାଗ ନେଇଥିବା ବ୍ୟକ୍ତି ଯେଉଁମାନେ ଅଲିମ୍ପିକ୍‍ସକୁ ଘୁଞ୍ଚାଇବା କିମ୍ବା ବାତିଲ କରିବା ସପକ୍ଷରେ ମତ ଦେଇଛନ୍ତି; ସେମାନଙ୍କର ବିଶ୍ୱାସ ଯେ ୨୦୨୧ ଜୁଲାଇ ୨୩ ସୁଦ୍ଧା ବିଶ୍ୱ କରୋନାମୁକ୍ତ ହୋଇନଥିବ।
ସେହିପରି ଗତ ସପ୍ତାହରେ ଜାପାନର ଏକ ପ୍ରମୁଖ ସମ୍ବାଦପତ୍ର ମଧ୍ୟ ଅଲିମ୍ପିକ୍‍ସ ଆୟୋଜନ ସମ୍ପର୍କରେ ଏହାର ପାଠକଙ୍କଠାରୁ ମତାମତ ଲୋଡ଼ିଥିଲା। ଏଥିରେ ମାତ୍ର ୩୩ ପ୍ରତିଶତ ଜାପାନବାସୀ ଆସନ୍ତାବର୍ଷ ଜୁଲାଇ ୨୩ରୁ ଅଲିମ୍ପିକ୍‍ସ ଆୟୋଜନ ହେଉ ବୋଲି ଚାହିଁଛନ୍ତି। ବାକି ୭୭ ପ୍ରତିଶତ ଏହି କ୍ରୀଡ଼ାକୁ ଘୁଞ୍ଚାଇବା କିମ୍ବା ବାତିଲ କରିବା ସପକ୍ଷରେ ଅଛନ୍ତି। ଅଦ୍ୟାବଧି ଜାପାନରେ ଯେତେ ପ୍ରକାର ଜନମତ ସର୍ଭେ କରାଯାଇଛି; ଏଥିରେ ଅର୍ଦ୍ଧାଧିକ ଜାପାନବାସୀ ଟୋକିଓ ଅଲିମ୍ପିକ୍‍ସକୁ ଘୁଞ୍ଚାଇବା କିମ୍ବା ବାତିଲ କରିବା ସପକ୍ଷରେ ମତ ଦେଇଛନ୍ତି। ତେବେ ଆନ୍ତର୍ଜାତିକ ଅଲିମ୍ପିକ୍‍ କମିଟି ଏବଂ ଜାପାନର ସ୍ଥାନୀୟ ଆୟୋଜକ କମିଟି ୨୦୨୧ ଜୁଲାଇରେ ଟୋକିଓ ଅଲିମ୍ପିକ୍‍ସ ଆୟୋଜନ ହେବ ବୋଲି ଦମ୍ଭୋକ୍ତି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories