www.samajalive.in
Saturday, December 13, 2025
27.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ

ଟୋକିଓ: ୧୩ ଦିନ ଧରି ଚାଲିଥିବା ଟୋକିଓ ପାରାଲିମ୍ପିକ୍ସରେ  ଭାରତ ଇତିହାସ ରଚିଛି। ଏଥର ଭାରତ ରେକର୍ଡ ସଂଖ୍ୟକ ୧୯ଟି ପଦକ ବିଜୟୀ ହୋଇଛି, ଯାହା ପାରାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ୪ ପଦକ ଜିତିଥିଲା। କିନ୍ତୁ ଟୋକିଓରେ ଭାରତ ଏହା ଠାରୁ ପାଞ୍ଚ ଗୁଣା ଅଧିକ ପଦକ ଜିତି ବିଜୟ ହାସଲ କରିଛି। ଟୋକିଓ ପାରାଲିମ୍ପିକ୍ସ ଭାରତକୁ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ସହ ମୋଟ ୧୯ ପଦକ ଜିତି ପାରାଲିମ୍ପିକ୍ସରେ ୨୪ତମ ସ୍ଥାନ ହାସଲ କରିଛି।

ପାରାଲିମ୍ପିକ୍ସରେ ୧୯ ପଦକ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ତେଣୁ ପାରା ଆଥଲେଟମାନେ ସବୁ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଗତ ପାରାଲିମ୍ପିକ୍ସ ତୁଳନାରେ ଭାରତ ଏଥର ଅଧିକ ୧୫ ପଦକ ଜିତି ତାଲିକାର ୨୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ୧୯୬୮ରୁ ୨୦୧୬ ପର୍ୟ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ୧୯ଟି ପଦକ  ଜିତିଛି।

- Advertisement -

 

ଚଳିତ କ୍ରୀଡ଼ାକୁ ଭାରତ ୫୪ ଜଣିଆ ମଜଭୁତ୍ ଦଳ ପଠାଇଥିଲା। ତେବେ ପାରା ଆଥଲେଟ୍ ଆଶଠାରୁ ଅଧିକ ଭଲ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ଖାତା ଖୋଲିଥିବା ଭାବିନାବେନ୍ ପଟେଲ। ସେ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବ୍ୟାଡମିଣ୍ଟନରେ ଭାରତ ଦୁଇଟି ପଦକ ଜିତି ଟୋକିଓ ଯାତ୍ରା ଶେଷ କରିଛି। ରବିବାର ଶେଷ ଦିନରେ କ୍ରିଷ୍ଣା ନାଗର ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସଏଲ୍-୪ ବର୍ଗରେ ଆଇଏଏସ୍ ଅଫିସର୍ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି।

ଚଳିତ ଗେମ୍ସରେ ଭାରତର ଦୁଇ ପାରାଆଥଲେଟ୍ ଦୁଇଟି ପଦକ ମଧ୍ୟ ଜିତିଛନ୍ତି। ଅବନୀ ଲଖେରା ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସିଂହରାଜ ଶୁଟିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମଥର କୌଣସି ଭାରତୀୟ ପାରାଆଥଲେଟ୍ ଗୋଟିଏ କ୍ରୀଡ଼ାରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

‘ପୁରୁଷ ସିଙ୍ଗଲ୍‌ସ୍‌ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ୍‌’ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ଜିତିଛନ୍ତି। ସେହିପରି‘ମହିଳା୧୦ ମିଟର୍‌ ଏୟାର୍‌ ରଇଫଲ୍‌ ଷ୍ଟାଣ୍ଡିଙ୍ଗ୍‌ ଏସ୍‌ଏଚ୍‌୧’ରେ ଅବନି ଲେଖଡ଼ା ସ୍ବର୍ଣ୍ଣ,  ‘ପୁରୁଷ ସିଙ୍ଗଲ୍‌ସ୍‌ ଏସ୍‌ଏଚ୍‌୬ ବ୍ୟାଡ୍‌ମିଣ୍ଟନ୍‌’ରେ କୃଷ୍ଣ ନାଗର ସ୍ବର୍ଣ୍ଣ, ‘ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ ଏଫ୍୬୪’ରେ ସୁମିତ ଆଣ୍ଟିଲ୍‌ ସ୍ବର୍ଣ୍ଣ ଏବଂ ‘ମିକ୍ସଡ୍‌ ୫୦ ମିଟର୍‌ ପିସ୍ତଲ୍‌ ଏସ୍‌ଏଚ୍‌୧’ରେ ମନୀଷ ନରୱାଲ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ରବିବାର ଉଦଯାପନୀ ସମାରୋହରେ ଅବନୀ ଭାରତର ଧ୍ୱଜାବାହକ ହେରଇଛନ୍ତି, ଯିଏ ପ୍ରଥମ ମହିଳା ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଗେମ୍ସରେ ଭାରତକୁ ଅଧିକ ସଫଳତା ମିଳିଛି ଆଥଲେଟିକ୍ସରେ। ଭାରତ ଆଥଲେଟିକ୍ସରେ ମୋଟ ୮ ପଦକ ଜିତିଥିବା ବେଳେ ଶୁଟିଂରେ ୫, ବ୍ୟାଡମିଣ୍ଟନରେ ୪, ଆର୍ଚେରୀ ଓ ଟେବୁଲ୍ ଟେନିସରେ ଗୋଟିଏ ଲେଖାଏ ପଦକ ଜିତିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories