www.samajalive.in
Saturday, December 13, 2025
17.1 C
Bhubaneswar

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ପବିତ୍ର ଗୁରୁ ଦିବସ ଅବସରରେ କଳାପଥର ସ୍ଥିତ ପ୍ରଭୂପସନ୍ଦ ଭବନ ପ୍ରାଙ୍ଗଣରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁ ବନ୍ଦନ ପର୍ବ ଓ ବରିଷ୍ଠ ନାଗରିକଙ୍କୁ ଭକ୍ତିପୂର୍ଣ୍ଣ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ବେଗୁନିଆ, ବାଙ୍କୀ, ଭାପୁର, ଖଣ୍ଡପଡା, ନୟାଗଡ, ଫୁଲବାଣୀ, ଦଶପଲ୍ଲା, କଣ୍ଟିଲୋ ଓ ଭୂବନେଶ୍ୱରର ୧୦ ଗୋଟି ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। କଳାପଥର ବ୍ରହ୍ମାକୁମାରୀ ଆଶ୍ରମର ପରିଚାଳିକା ଯାଜ୍ଞସିନୀ ଭଉଣୀଙ୍କ ସଂଚାଳନରେ ଅନୁଷ୍ଠିତ ବରିଷ୍ଠଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ,ମୁଖ୍ୟବକ୍ତା ଭାବରେ କଣ୍ଟିଲୋ ମହାବିଦ୍ୟାଳୟର ଅଧ୍ୟାପକ ପବିତ୍ର ସୁବୁଦ୍ଧି, ସମ୍ମାନିତ ଅତିଥି ପ୍ରଭାକର ସିରୋମଣୀ ସାହୁ,ସଦାଶିବ ପଣ୍ଡା ଓ ହରିଶଙ୍କର ପ୍ରସାଦ ପ୍ରମୁଖ ଯୋଗଦେଇ ପବିତ୍ର ଗୁରୁ ଦିବସର ଅନୁଚିନ୍ତା ଓ ବରିଷ୍ଠ ନାଗରିକମାନେ ସମାଜର ଶ୍ରେଷ୍ଠ ସମ୍ପଦ ଏଣୁ ସେମାନଙ୍କୁ ଭକ୍ତି,ଶ୍ରଦ୍ଧା ଓ ସୁରକ୍ଷା ପ୍ରଦର୍ଶନ କରିବା ଗୁରୁ ଦାୟିତ୍ୱ ବୋଲି ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ୨୦ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର,ଉତ୍ତରୀୟ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଆରତୀ, ଟିକିନା, ଜୋସ୍ନା ଭଉଣୀ ଏବଂ କଳାପଥର ଆଶ୍ରମର ବ୍ରହ୍ମକୁମାର ଓ କୁମାରୀ ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories