www.samajalive.in
Thursday, December 11, 2025
23.1 C
Bhubaneswar

୬୭ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ୪ ଗିରଫ

କାଶୀପୁର: ରାୟଗଡ଼ା ଜିଲା କାଶୀପୁର ପୁଲିସ ହାତରେ ଲାଗିଛି ଗଞ୍ଜେଇ ମାପିଆଙ୍କ ଚେର। ଚୋରାଚାଲାଣ କରୁଥିବାବେଳେ କାଶୀପୁର ପୁଲିସ ୪ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୬୭ କେଜି ୨ ଶହ ଗ୍ରାମର ଗେଞ୍ଜଇ ଜବତ କରିଛି। ଏଥିସହ ଏକ ହୋଣ୍ଡାସିଟି କାର, ୪ଟି ମୋବାଇଲ, ଏଟିଏମ କାର୍ଡ଼, ଆଇଡେଣ୍ଟିଟି କାର୍ଡ ସହ ନଗଦ ୫୭୦ ଟଙ୍କା ଜବତ କରିଛି। ଏତେ ପରିମାଣର ଗଞ୍ଜେଇ ଜବତ କରାଯିବା ପରେ ଏକ ବାହାର ରାଜ୍ୟର ରାକେଟ୍ କାମ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ଘର ବିହାର ରାଜ୍ୟର ଛାପ୍ରା ଜିଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ ମଧ୍ୟରାତ୍ରିରେ କାଶୀପୁର ଥାନା ଅଧିକାରି ପ୍ରଶନ୍ନ କୁମାର ମିଶ୍ରଙ୍କ ନିର୍ଦେଶକ୍ରମେ ଏସଆଇ ଦେବି ପ୍ରସାଦ ସାହୁଙ୍କ ସହ ଆଇଆରବି ଏବଂ ପୁଲିସ କାଶୀପୁର ଆଇଫାଡ ଛକ ନିକଟରେ ଧରପଗଡ଼ କରୁଥିବା ସମୟରେ ଗୋଟିଏ ବାହାର ରାଜ୍ୟର କାର ଉକ୍ତ ରାସ୍ତା ଦେଇ ଯାଉଥିଫା ସମୟରେ ପୁଲିସ ଉକ୍ତ ଗାଡିକୁ ସନ୍ଦେହ କରି ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣିପାରିଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ କାଶୀପୁର ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଗାଡି ଯାଞ୍ଚ କରାଯାଇ ଗାଡି ମଧ୍ୟରୁ ୬୭ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇ କୋରାପୁଟରୁ ଭାୟା କଳାହାଣ୍ଡି ଜିଲାଦେଇ ବିହାର ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଏନେଇ କାଶୀପୁର ପୁଲିସ ଛାନଭିନ କରିବା ସହ ତଦନ୍ତ ଜାରି ରଖିଛି । କାଶୀପୁର ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ସମସ୍ତ ୪ ଜଣ ଅଭୀଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲଣ କରିଥିବା କାଶୀପୁର ପୁଲିସ ସୂଚନା ଦେଇଛି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories