www.samajalive.in
Saturday, December 6, 2025
23.1 C
Bhubaneswar

ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହ ଖୁସିରେ ସମୟ କାଟିବେ: ସୋମବାର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପରୋପକାରୀ ଓ କରିତ୍‌କର୍ମା ହେବେ।
ବୃଷ: କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦୁପଯୋଗ କରି ଜନକଲ୍ୟାଣ ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜନସେବା ବ୍ରତ ଆଚରଣ କରିବେ।
ମିଥୁନ: ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧକୁ ଯେପରି ନହରାନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ନିକୃଷ୍ଟ ସଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ନିଜ ସ୍ବାସ୍ଥ୍ୟରକ୍ଷା ପ୍ରତି ଉଚିତ୍‌ ଧ୍ୟାନ ଦେବେ। ସତର୍କରେ ଚଳିବେ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ। କୀର୍ତ୍ତିମାନ୍‌ର ଅଧିକାରୀ ହେବେ। ସ୍ବକର୍ମ ଆପଣଙ୍କୁ ଉଚ୍ଚାସନ ଦେବ। ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀ ମାର୍ଗଦର୍ଶିକା ହେବେ।
ସିଂହ: ଅଭିନବ ଉପାୟରେ ଚତୁରତାର ସହ ପ୍ରସ୍ତୁତ କରିଥିବା ରଣକୌଶଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ କିସ୍ତି ପରିଶୋଧ କରି ଋଣଦାତାଙ୍କୁ ଅଧିକ ଋଣ ଦାନ ପାଇଁ ଆଗ୍ରହୀ ହେବେ।
କନ୍ୟା:ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ସାକ୍ଷାତକାରର ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ଅର୍ଥାଗମର ମାତ୍ରା ବୃଦ୍ଧି ପାଇବ। ପତ୍ନୀ, ସ୍ବାମୀ ସୋହାଗିନୀ ହେବେ।
ତୁଳା: କାର୍ୟ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ୍‌ ପ୍ରାପ୍ୟ ହାସଲ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି କିଛି ସମୟ ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ।
ବିଛା: କର୍ମକ୍ଷେତ୍ରରୁ ଓ ବ୍ୟବସାୟ କ୍ଷେତ୍ରରୁ ଧନାଗମ ହୋଇ ଆର୍ଥିକ ମାନଦଣ୍ଡକୁ ଉନ୍ନତମାନର କରିବ। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ମନରେ ଉପୁଜିଥିବା ଅଶାନ୍ତିର ପରିସମାପ୍ତି ଘଟିବ।
ଧନୁ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଉଚ୍ଚମାନର କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ଓ ସତ୍‌ଚରିତ୍ରଯୁକ୍ତ ହେବେ। କର୍ମଠ ହେବେ।
ମକର: ଆୟ ଯଥାସମ୍ଭବ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସାତ୍ତ୍ବିକ ଖାଦ୍ୟରେ ଭୂରି ଭୋଜନ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ୟ୍ୟ ହାସଲ କରିବେ। ବିବାଦୀୟ ବିତର୍କଠାରୁ ଦୂରେଇ ରହି ନିରବ ଦର୍ଶକ ସାଜିପାରନ୍ତି। ଧର୍ମ କାର୍ୟ୍ୟରେ ଧନ ବ୍ୟୟ କରିବେ।
ମୀନ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବିଭାଗୀୟ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ୟ୍ୟରେ ସଫଳ ହେବେ। କରିତ୍‌କର୍ମା ହେବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories