www.samajalive.in
Saturday, December 6, 2025
19.1 C
Bhubaneswar

ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ : ଶନିବାର ପବିତ୍ର ଶାମ୍ବ ଦଶମୀ ଲାଗି ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ  ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପ୍ରତି ଓଡିଆଙ୍କ ଘରେ ଘରେ ବି ସୂର୍ଯ୍ୟପୂଜା କରାଯାଉଛି। ପୁରାଣ କଥାବସ୍ତୁ ଅନୁଯାୟୀ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବା କୁଷ୍ଠରୋଗରେ ପୀଡିତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତି ପାଇବା ଲାଗି ଶାମ୍ବ ସୂର୍ଯ୍ୟ ଦେବଙ୍କୁ ପୂଜା କରିଥିଲେ । ୧୨ ବର୍ଷର ତପସ୍ୟା ପରେ ସୂର୍ଯ୍ୟଙ୍କ ଠାରୁ ବରଦାନ ପାଇ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ପୁରାଣର ଏହି କଥାକୁ ଆଧାର କରି ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ପରିବାର ଲୋକଙ୍କ ମଙ୍ଗଳ କାମନା କରି ବିଭିନ୍ନ ପ୍ରକାର ପିଠା ପଣା, ମିଷ୍ଠାନ୍ନ ଆଦି ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲାଗି କରାଯାଇଥାଏ । ସେହିପରି ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ। ସୂର୍ଯ୍ୟ ରଥକୁ ଟାଣିବା ଲାଗି ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories