www.samajalive.in
Friday, December 5, 2025
20.1 C
Bhubaneswar

ଜହ୍ନରେ ଅବତରଣ କଲା ଜାପାନ

ଟୋକିଓ: ମହାକାଶରେ ଇତିହାସ ରଚିଲା ଜାପାନ। ୫ମ ଦେଶ ଭାବରେ ଜହ୍ନରେ ଅବତରଣ କରିଛଇ ଜାପାନ। ଏହା ପୂର୍ବରୁ ଆମେରିକା, ଭାରତ, ଋଷ ଓ ଚୀନ ଜହ୍ନରେ ଅବତରଣ କରିସାରିଛନ୍ତି। ଶନିବାର ଦିନ ଏହି ମହାକାଶଯାନ ଚନ୍ଦ୍ର ପୃଷ୍ଠକୁ ଛୁଇଁବା ପରେ ଚନ୍ଦ୍ରରେ ପୃଥିବୀର ପ୍ରଥମ ‘ପିନପଏଣ୍ଟ ଅବତରଣ’ କରିଛି। କିନ୍ତୁ ଚୂଡାନ୍ତ ନିର୍ଣ୍ଣୟ ନେବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ଜାପାନର ମହାକାଶ ଅଧିକାରୀ କହିଛନ୍ତି। ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି । ୦୬ ସେପ୍ଟେମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଂଚ ହୋଇଥିଲା । ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories