www.samajalive.in
Friday, December 12, 2025
16.1 C
Bhubaneswar

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ପୁରୀରେ ମାଲ୍ୟାର୍ପଣ

ପୁରୀ/କଟକ: ବୁଧବାର(ଅକ୍ଟୋବର ୯ ତାରିଖ) ଓଡ଼ିଆ ଜାତିର ସ୍ବାଭିମାନ, ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ, କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜୟନ୍ତୀ ଉତ୍ସବ ଆୟୋଜନ ହେଉଛି। ପୁରୀଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ସେହିପରି ବୁଧବାର କଟକଠାରୁ ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ ହେବ। ମାସେ ବ୍ୟାପୀ ଏହି ଜ୍ୟୋତି ବିଭିନ୍ନ ଜିଲା ପରିକ୍ରମା କରିବ।

ସୂଚନାଯୋଗ୍ୟ, ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲାର ସୁଆଣ୍ଡୋ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ। ବିପର୍ଯ୍ୟୟ ସମୟରେ ସେ ଗରିବ, ଅସହାୟମାନଙ୍କୁ ସହାୟତାର ହାତ ବଢ଼ାଉଥିଲେ। ଗରିବମାନଙ୍କ ଉନ୍ନତି ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ୧୯୦୯ ମସିହାରେ ସେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେହିପରି ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ବନ ବିଦ୍ୟାଳୟ ପରିସରରୁ ‘ସତ୍ୟବାଦୀ’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ପରେ ୧୯୧୯ରେ ସେ ‘ସମାଜ’ ନାମରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ୧୯୨୭ ମସିହାରୁ ଦୈନିକ ପ୍ରକାଶିତ ହୋଇଥିଲା। ଗତ ଅକ୍ଟୋବର ୪ ତାରିଖରେ ‘ସମାଜ’ ୧୦୦ ବର୍ଷରେ ପଦାର୍ପଣ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories