www.samajalive.in
Saturday, December 13, 2025
21.1 C
Bhubaneswar

‘ସମାଜ’ର ଶହେ ବର୍ଷ – ପ୍ରଜ୍ଜ୍ଵଳିତ ହେଲା ଶହେ ଦୀପ

ସାକ୍ଷୀଗୋପାଳ: ଆଜିକୁ ଠିକ ୧୦୦ ବର୍ଷ ତଳେ ୧୯୧୯ ମସିହା ଆଜିର ତିଥିରେ ଉତ୍କଳମଣି ଗୋପନ୍ଧୁକୁ ଦାସ ସାକ୍ଷୀଗୋପାଳ ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀଉଙ୍କ ସିଂହଦ୍ୱାର ସମ୍ମୁଖସ୍ଥ ଏକ ଚାଳ ଘରେ ‘ସମାଜ’ ପ୍ରକାଶ କରିଥିଲେ। ଶରଣ, ତାରଣ, କାରଣ ଶ୍ରୀ ଶ୍ରୀ ଗୋପାଳଜୀଉ ସମାଜ ଜନ୍ମ ସଂଖ୍ୟାର ପ୍ରଥମ ଆଶିର୍ଵାଦକ ଥିଲେ। ସେହି ପବିତ୍ର ଜନ୍ମ ପୀଠରେ ଆଜି ସମାଜର ୧୦୦ତମ ଜନ୍ମ ତିଥି ପାଳିତ ହୋଇଯାଇଛି। ଏହି ଅବସରରେ ସାକ୍ଷୀଗୋପାଳ ସିଂହଦ୍ୱାର ସମ୍ମୁଖସ୍ଥ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୦୦ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ସଂସ୍କୃତ ବିଦ୍ୱାନ ପୂର୍ଣ୍ଣ ଚନ୍ଦ୍ର ଦାଶ ମନ୍ତ୍ର ଉଚ୍ଚାରଣ କରି ଦୀପଗୁଡ଼ିକ ପ୍ରଜ୍ଜ୍ୱଳନ କରିଥିଲେ। ଏ ନେଇ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ ବକ୍ତାମାନେ ‘ସମାଜ’ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

- Advertisement -

ଏହି ସ୍ମୃତି ଉତ୍ସବରେ ହୃଷିକେଶ ମହାପାତ୍ର, ଅଞ୍ଜନ କୁମାର ହୋତା, ଭୀମସେନ ମହାପାତ୍ର, ଅଶୋକ କୁମାର ମିଶ୍ର, ବନମାଳୀ ବେହେରା, ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଦିଲ୍ଲୀପ କୁମାର ମହାନ୍ତି, ରାଜ କିଶୋର ପତି, ରତିକାନ୍ତ ମିଶ୍ର, ସତ୍ୟବାଦୀ ଦାଶ, ନବଘନ ଶତପଥି, ପ୍ରଫୁଲ୍ଲ କୁମାର ସାହୁ, ପିତାମ୍ବର ମହାପାତ୍ର, ସୁରେଶ ଚନ୍ଦ୍ର ବେହେରା, ପଦ୍ମନାଭ ଦଳାଇ, ବିଜୟ କୁମାର ପରିଡା, ହୃଷିକେଶ ଦାଶ, ରବି ନାରାୟଣ ମିଶ୍ର ମଣ୍ଟୁ ବାରିକଙ୍କ ସମେତ ବହୁ ସମାଜ ଓ ଗୋପବନ୍ଧୁ ପ୍ରେମୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଯୁବ ପର୍ବତାରୋହୀ ତଥା ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର ଅଭିଷେକ ବେହେରା ପରିଚାଳନା କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories