ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ : ସରକାରୀ ଚାକିରିରେ ଥାଇ ବି ଗ୍ରାମାଞ୍ଚଳ ଦୁର୍ଗତଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ମୁକ୍ତ ହୋଇ ଆଶ୍ବସ୍ତ ହେବେ।
ବୃଷ: ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିବା ପାଇଁ ବ୍ରତ ଆଚରଣ କରିଛନ୍ତି। ମହାଲକ୍ଷ୍ମୀ ତାଙ୍କ ଆଚରଣରେ ସନ୍ତୁଷ୍ଟ ହୋଇ ଆପଣଙ୍କ ଭଣ୍ଡାରକୁ ଧନ ରତ୍ନରେ ପରିପୂର୍ଣ୍ଣ କରି ଦେବେ। ଅଧ୍ୟୟନରତ ହେବେ।
ମିଥୁନ: ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ ରଖି ନିରୋଗ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ସାବଧାନତାର ସହ ଗାଡ଼ି, ମଟର ଚାଳନା କରି ଆକସ୍ମିକ ବିପଦରୁ ଉଧୁରି ଯାଇପାରନ୍ତି। କୃଷି କର୍ମରୁ ଆଶାନୁରୂପ ଆୟ ହେବ।
କର୍କଟ: ଯତ୍ନ, ଅଧ୍ୟବସାୟ ଓ ନିରନ୍ତର ଉଦ୍ୟମ ବଳରେ ଅର୍ଜିତ ଧନ ଆପଣଙ୍କ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବ। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଦୀର୍ଘଦିନ ହେବ ଉପୁଜିଥିବା ଅଶାନ୍ତିର ଶେଷ ହେବ।
ସିଂହ: ମାନ, ମହତ ଓ ସମ୍ମାନବୋଧକୁ ରକ୍ଷା କରି ବିବିଧ ଉପାୟରେ ଧନ ଅର୍ଜନ କରିବେ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା : ଚିନ୍ତାଧାରା ଉନ୍ନତମାନର ହେବ। ପରିଶ୍ରମରୁ ଯେତିକ ଆୟ ହେବ, ସେତିକିରେ ସନ୍ତୁଷ୍ଟ ହୋଇ ପରିବାର ପରିଚାଳନା କରିବେ। ସପତ୍ନୀକ ସୁଖୀ ଜୀବନ ବିତାଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ତୁଳା: ତର୍କ ଯଦି ରୁଚିପୂର୍ଣ୍ଣ ନ ହେବ ସେଥିରୁ ଓହରି ଆସି କେବଳ ନିରବ ଦର୍ଶକ ସାଜିବେ। ଦୁଶ୍ଚିନ୍ତା ଦୂର କରିବା ପାଇଁ ଏକାଗ୍ରତାର ଭଜନ ଗାନ କରନ୍ତୁ। ପଡ଼ୋଶୀଙ୍କ ପ୍ରତି ସମ୍ମାନ ବୋଧ ଭାଷା ପ୍ରୟୋଗ କରନ୍ତୁ।
ବିଛା: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ସଦ୍‌ଗୁରୁଙ୍କ ପରାମର୍ଶର ପ୍ରାର୍ଥୀ ହୋଇପାରନ୍ତି। ସତ୍‌କର୍ମ ଓ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆର୍ଥିକ ପ୍ରୋତ୍ସାହନ ଓ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ଶାରୀରିକ, ମାନସିକ ଶ୍ରମରେ ଅର୍ଜିତ ଧନ ଶୁଭ କର୍ମରେ ବ୍ୟୟ କରିପାରନ୍ତି। ମିଳିଥିବା ଶୁଭ ସମାଚାର ମନ ମୁଗ୍ଧକର ହେବ। ପାରିବାରିକ ସ୍ନେହରେ ଅନୁବନ୍ଧିତ ହେବେ। ପରୋପକାରୀ ହେବେ।
ମକର : ସେବା, ପରୋପକାର, ଦାନ ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ଆରୋହଣ ଏପରିକି ଚଳାଚଳରେ ସତର୍କତା ଆବଶ୍ୟକ। ଆଳସ୍ୟ ବର୍ଜନ କରିବେ। ସୁସ୍ଥ ରହିବେ।
କୁମ୍ଭ: ଇଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଧର୍ମ ଚିନ୍ତାମଣି ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଭକ୍ତି ଭାବରେ ଅନୁଗୃହୀତ ହୋଇପାରନ୍ତି। ବିଜୟ ଆଶା ଫଳବତୀ ହେବ।
ମୀନ :ଆଚରଣ ଓ ଉଚ୍ଚାରଣ ଭଦ୍ରୋଚିତ ହେବ। କ୍ଷମାଶୀଳ ହେବେ। ଦଣ୍ଡର ଧମକ ଦେବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ସଦାସର୍ବଦା ସତ୍ୟନିଷ୍ଠ ହେବେ। ସୁଶୀଳ ହେବେ। ପଣ୍ଡିତଙ୍କ ସହିତ ମିତ୍ରତା ସ୍ଥାପନ କରିବେ।

Comments are closed.