କେମିତି କଟିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ସୁକୁମାର ରୂପସମ୍ପନ୍ନ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ବିନୟ ଭାବାପନ୍ନ ହୋଇପାରନ୍ତି। ପ୍ରଭାବୀ ହେବେ। ଧନଯୁକ୍ତ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ଗୁରୁ, ଗୁରୁଜନଙ୍କ ନିକଟରେ ବିନୟାବନତ ହେବେ। ବନ୍ଧୁଙ୍କ ପୁତ୍ରଠାରୁ ସମ୍ମାନ ଓ ସହାୟତା ମିଳିବ। ମନରେ ଭ୍ରାନ୍ତି ଉଦ୍ରେକ ହୋଇପାରେ। ସେବକ ମନୋବୃତ୍ତିର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମିଥୁନ: ବନ୍ଧୁଙ୍କର ହିତୈଷୀ ହୋଇପାରନ୍ତି। ସମ୍ପତ୍ତିବାନ୍‌ ହୋଇପାରନ୍ତି। ଶୁଦ୍ଧ ସ୍ବଭାବ ସମ୍ପନ୍ନ ହେବେ। ସମୁଜ୍ଜଳ ମୁଖଯୁକ୍ତ ହେବେ। କଳ, କୌଶଳ ପ୍ରୟୋଗ କରି ଶତ୍ରୁର ଆଗମନକୁ ପ୍ରତିହତ କରିପାରିବେ।
କର୍କଟ: ଦୁଃଖନାଶ କରିବାରେ ସମର୍ଥ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ସତ୍ୟ ଭୂଷଣ ହେବେ। ଦୟାର ଅବତାର ହୋଇପାରନ୍ତି। ଶୁଦ୍ଧ ସ୍ବଭାବଯୁକ୍ତ ହେବେ। ଧନ, ଧାନ୍ୟ, ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ।
ସିଂହ: ସ୍ଥିର ବୃଦ୍ଧି ସମ୍ପନ୍ନ ହୋଇପାରନ୍ତି। ଦୁଃଖୀ, ଦରିଦ୍ରମାନଙ୍କର କୃପା ନିଧାନ ହୋଇପାରନ୍ତି। ଶ୍ରୁତି ଶାସ୍ତ୍ରରକ୍ତ ହେବେ। କୃଷି କର୍ମ ଉପରେ ପ୍ରାଧାନ୍ୟ ଦେଇପାରନ୍ତି। ସୁଶୀଳ ହେବେ। ସର୍ବଦା ଶ୍ରେଷ୍ଠତା ବଜାୟ ରଖିବେ।
କନ୍ୟା : ପତ୍ନୀ ସହକର୍ମୀ, ସହଧର୍ମିଣୀ, ସହଗାମୀ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଗୁରୁ, ଗୁରୁଜନମାନଙ୍କ ପ୍ରତି ଭକ୍ତିଭାବ ରହିବ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଧନାଗମ ହେବ। ସର୍ବତ୍ର ବିଜୟୀ ହେବେ।
ତୁଳା: ବହୁ ବୁଦ୍ଧି ରୂପକ ସ୍ବତ୍ବର ଅଧିକାରୀ ହେବେ। ବାହାରକୁ ପ୍ରକାଶ ନ କଲେ ବି ମନ ମଧ୍ୟରେ ଗର୍ବ ଅନୁଭବ କରିବେ। ଗୁପ୍ତ ଧନର ଉତ୍ତରାଧିକାରୀ ହୋଇପାରନ୍ତି। ଆୟ ବୃଦ୍ଧି ସାଙ୍ଗକୁ ଅଧିକ ବ୍ୟୟ ହେବ।
ବିଛା: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ମନୋବଳ ଦୃଢ଼ ରହିବ। ସୁଶ୍ରୀ ରୂପସମ୍ପନ୍ନ ହୋଇପାରନ୍ତି। କର୍ମତତ୍ପର ରହିବେ। ଶତ୍ରୁହନ୍ତା ହୋଇପାରନ୍ତି।
ଧନୁ: ପୁତ୍ର ଦିବ୍ୟ ଜ୍ଞାନସମ୍ପନ୍ନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟ ବାନା ଉଡ଼ାଇବାରେ ପାରଙ୍ଗମ ହେବେ। ମନୌଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିବେ।
ମକର: ବହୁ ସୁଖର ଅଧିକାରୀ ହେବେ। ଦୟାର୍ଦ୍ର ଚିତ୍ତସଂଯୁକ୍ତ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ରାଜପୂଜ୍ୟ ଯୁକ୍ତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ।
କୁମ୍ଭ: ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଗୁଣସମ୍ପନ୍ନ ହୋଇପାରନ୍ତି। ବିଦ୍ୟାବାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବହୁବିଧ ଧନର ଅଧିକାରୀ ହେବେ। ତ୍ୟାଗପୂତ ମନୋବୃତ୍ତିର ହେବେ। ସୁଖୀ ହେବେ।
ମୀନ: ଧନ, ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ରାଜେନ୍ଦ୍ର ପୂଜ୍ୟ ହେବାର ସୂଚନା ମିଳୁଛି। ସଦାସର୍ବଦା ନୀତି, ନିୟମରେ ପରିଚାଳିତ ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସତ୍ୟବାନ୍‌ ହେବେ।

Comments are closed.