କେମିତି କଟିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ପ୍ରଭୂତ ବିତ୍ତର ଅଧିକାରୀ ହେବେ। ପ୍ରବଳ ପ୍ରତାପୀ ହେବାର ସୂଚନା ମିଳୁଛି। ଶତ୍ରୁପକ୍ଷ ଉପରେ ବିଜୟ ହାସଲ କରିପାରନ୍ତି। କ୍ଷମାସାଗର ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

ବୃଷ: ପୁତ୍ର ସୁଖରେ ସୁଖୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। କ୍ଷମାଶୀଳ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବେ। କୀର୍ତ୍ତିମାନ୍‌ ହେବେ। ମନ ପ୍ରଫୁଲ୍ଲ ରହିବ। ଗ୍ରାମାଧୀଶ ହୋଇପାରନ୍ତି।
ମିଥୁନ: ଆୟ ଊଣା ହେବ ନାହିଁ। ଭୋଜନ ରୁଚିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବା ଆଶା କରାଯାଏ।
କର୍କଟ:ପରଶ୍ରୀକାତରତା ହୋଇପାରନ୍ତି। ସ୍ବାର୍ଥନ୍ବେସୀ ହୋଇପାରନ୍ତି। ବିବାଦୀୟ ବିତର୍କରେ ଅଂଶଗ୍ରହଣ ନ କରି ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କିଛି ସ୍ବାର୍ଥ ହାସଲ କରିପାରନ୍ତି।
ସିଂହ: ଜ୍ଞାନଗୁଣ ଗ୍ରାହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦୈବୀ ଶକ୍ତିସମ୍ପନ୍ନ କନ୍ୟା ରତ୍ନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା : ଅଲୌକିକ ଶକ୍ତିସମ୍ପନ୍ନ ହେବେ। ନିଜ ଜ୍ଞାନ ଗରିମା ବଳରେ ସ୍ବଂୟ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଧନ ଆସି ଭଣ୍ଡାର ପରିପୂର୍ଣ୍ଣ ହେବ।
ତୁଳା: ସଂସ୍କାରୀ ହେବେ। ଉଦ୍ୟୋଗପତି ହେବା ପାଇଁ ଉଦ୍ୟମ ଜାରି ରଖିବେ। ଆବାଳ, ବୃଦ୍ଧବନିତା ସୁଖ, ସ୍ବାଚ୍ଛନ୍ଦ୍ୟ ଜୀବନଯାପନ କରିବେ। କ୍ଷମତା ଅଳିନ୍ଦରେ ରହି ରାଜକାର୍ଯ୍ୟ ସମ୍ପାଦନ କରିବେ।
ବିଛା: ଜନବଲ୍ଲଭ ହୋଇପାରନ୍ତି। ଭୋଗବାଦ୍‌ ସମାଜରେ ଭାଗ୍ୟବାନ୍‌ ତଥା ଶ୍ରୀବୃଦ୍ଧି ସମ୍ପନ୍ନ ହୋଇପାରନ୍ତି। ସଦ୍ୟତମ ଓ ମହାର୍ହ ହୋଇପାରନ୍ତି। ନୃପ କ୍ରିୟାସକ୍ତ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ଧନୁ: କର୍ମକ୍ଷେତ୍ରରେ ପ୍ରଧାନ ନ ହେଲେ ବି ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କୃଷି କାର୍ଯ୍ୟରୁ ପ୍ରଚୁର ଆୟ କରିପାରନ୍ତି। ବାତାବରଣ ସଦାସର୍ବଦା ସମୃଦ୍ଧ ରହିବ। ଚତୁଷ୍ପଦ ପ୍ରାଣୀଙ୍କ ଆଶା, ଭରସା ହେବେ।
ମକର: ଦୂର ଦିବ୍ୟ ଦୃଷ୍ଟି ସମ୍ପନ୍ନ ହୋଇପାରନ୍ତି। ସ୍ନେହସିକ୍ତ ହୃଦୟବାନ୍‌ ହେବେ। ସମୃଦ୍ଧି ମାର୍ଗରେ ଜୀବନକୁ ପ୍ରସାରିତ କରିପାରନ୍ତି। ସଦାସର୍ବଦା ପ୍ରିୟ ବାକ୍ୟ ମୁଖ ନିଶୃତ ହୋଇପାରେ। ସୁମାର୍ଗୀ ହେବେ।
କୁମ୍ଭ:ପ୍ରଜ୍ଞାଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବାକ୍ୟ ବିଶାରଦ ହୋଇପାରନ୍ତି। ରାଜପୂଜା ମିଳିବାର ଯୋଗ ସୃଷ୍ଟି ହୋଇଛି। ଧନାଗମର ଧାରା ଅବ୍ୟାହତ ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ: ବୃତ୍ତିଗତ କର୍ମରେ ପ୍ରଭାବଶାଳୀ ହୋଇପାରନ୍ତି। ଆପଣଙ୍କ ପାଇଁ ସମୟ ଓ ସୁଯୋଗ ହେଉଛି ପରକୁ ସାହାଯ୍ୟ କଲେ ଆପଣଙ୍କୁ ସାହାଯ୍ୟ ମିଳିବ। ବାକ୍ୟବୀର ନ ହୋଇ କର୍ମବୀର ହୋଇପାରନ୍ତି। ସୁଖୀ ହେବେ।

Comments are closed.