କଲକାତା : ପଶ୍ଚିମବଙ୍ଗ ହୁଗୁଳି ଜିଲାସ୍ଥିତ ଏକ କଲେଜର ପ୍ରାଧ୍ୟାପକଙ୍କୁ ବୁଧବାର ଦିନ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ର ସମର୍ଥକମାନେ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ‘ମମତା ବାନାର୍ଜୀ ଜିନ୍ଦାବାଦ’ କହିବାକୁ ମନା କରୁଥିବା କେତେକ କଲେଜ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରଧ୍ୟାପକ ଜଣଙ୍କ ଟିଏମସି କର୍ମୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
ନବଗ୍ରାମ ହିରାଲାଲ ପାଲ କଲେଜର ବଙ୍ଗାଳି ଭାଷା ପ୍ରାଧ୍ୟାପକ ସୁବ୍ରତ ଚାଟାର୍ଜୀଙ୍କ ଅଭିଯୋଗ ଅନୁସାରେ କୌଣସି କଥାକୁ ନେଇ କଲେଜରେ ସ୍ନାତକରେ ପଢୁଥିବା ଟିଏମସିପିର କେତେକ ଛାତ୍ରଙ୍କ ସହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବଚସା ହୋଇଥିଲା। ଏହାକୁ ନେଇ ସ୍ନାତକ ଛାତ୍ରମାନେ ସ୍ନାତୋକତ୍ତର ଛାତ୍ରଛାତ୍ରୀଙ୍କୁ କଲେଜର ଏକ ଶ୍ରେଣୀ ଗୃହରେ ବନ୍ଦ କରିଦେଇଥିଲେ। କଲେଜର ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷ ପରସ୍ପରକୁ କ୍ଷମା ମାଗି ଝଗଡ଼ାର ଅନ୍ତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଆଲୋଚନା ବେଳେ ଟିଏମସିପିର ସମର୍ଥକ (ସ୍ନାତକ ଛାତ୍ର) ସ୍ନାତକୋତ୍ତର ଛାତ୍ରଙ୍କୁ ‘ମମତା ବାନାର୍ଜୀ ଜିନ୍ଦାବାଦ’ ସ୍ଲୋଗାନ ଦେବାକୁ କହିଥିଲେ। ମାତ୍ର ସ୍ନାତକୋତ୍ତରର କେତେକ ଛାତ୍ରୀ ସ୍ଲୋଗାନ ଦେବାକୁ ମନା କରିଦେଇଥିଲେ। ଫଳରେ ଟିଏମସିପିର ସମର୍ଥକମାନେ ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଧ୍ୟାପକ ସୁବ୍ରତ ଟିଏମସିପି ସମର୍ଥକଙ୍କ ଆକ୍ରମଣର ଶିକାର ହୋଇଥିଲେ। ପ୍ରାଧ୍ୟାପକଙ୍କ ଅଭିଯୋଗ କ୍ରମେ କୋନନଗର ଥାନାରେ ଏକ ମାମଲା ରୁଜୁ ହୋଇଛି।
ଛାତ୍ରୀମାନେ ‘ମମତା ବାନାର୍ଜୀ ଜିନ୍ଦାବାଦ’ ନକହିବାରୁ ପ୍ରାଧ୍ୟାପକଙ୍କୁ ମାଡ
Popular Categories



