www.samajalive.in
Saturday, December 13, 2025
26.1 C
Bhubaneswar

ଅନ୍ଧବିଶ୍ବାସ : ମୃତକଙ୍କୁ ବଞ୍ଚାଇବାକୁ ମେଡିକାଲ୍‌ରେ ଝଡ଼ାଫୁଙ୍କା

ଭବାନୀପାଟଣା : କଳାହାଣ୍ଡି ଜିଲାର ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଜବରଦସ୍ତ ଝଡ଼ାଫୁଙ୍କା କରାଯାଇଥିବା ସୂଚନା ମିଳିଛି। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଗୁଣି ଗାରେଡ଼ିର ସାହାଯ୍ୟ ନେଇ ମୃତକଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା କରିଛନ୍ତି।
ସୂଚନା ଅନୁସାରେ, ବୁଧବାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେରିମୁଣ୍ଡା ଗାଁର ଜଣେ ଯୁବକଙ୍କୁ ଘରେ ଶୋଇଥିବା ସମୟରେ ସାପ କାମୁଡ଼ିଥିଲା। ତାଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନା ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବଗୃହରେ ରଖା ଯାଇଥିଲା। ଏହି ସମୟରେ ପରିବାର ଲୋକେ ବଳପୂର୍ବକ ଶବଗୃହ ଖୋଲାଇ ଗୁଣିଆ ଡାକି ଝଡ଼ାଫୁଙ୍କା କରାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories