ଟିଏମ୍ସି ନେତାଙ୍କୁ ହତ୍ୟା
ହାୱଡା : ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଜେପିର ଦୁଇ ଜଣ କର୍ମୀଙ୍କ ପରେ ଏବେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି। ହାୱଡା ଜିଲା ଅନ୍ତର୍ଗତ ବାଗନାନ୍ ଅଞ୍ଚଳର ବୁଥ୍ସ୍ତରୀୟ ଟିଏମ୍ସି କର୍ମୀ ମହମ୍ମଦ ମହସିନ୍ ଖାନ୍ଙ୍କୁ ହାତୁରିଆ ଗ୍ରାମରେ ସୋମବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏ ନେଇ ସ୍ଥାନୀୟ ଟିଏମ୍ସି ନେତା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଖାନ୍ଙ୍କ ପତ୍ନୀ ତୃଣମୂଳ କଂଗ୍ରେସର ଗ୍ରାମ ପଞ୍ଚାୟତ ସଦସ୍ୟ। ଖାନ୍ଙ୍କ ହତ୍ୟା ପ୍ରତିବାଦରେ ଗ୍ରାମବାସୀ ହାତୁରିଆ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଜେରା କରୁଛି।