www.samajalive.in
Sunday, December 14, 2025
15.1 C
Bhubaneswar

ଏଥର ନନ୍ଦିଗ୍ରାମରୁ ଲଢିବେ ମମତା, ୨୯୧ ଆସନ ପାଇଁ ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି ସୁପ୍ରିମୋ ମମତା ବାନାର୍ଜୀ ନିଜର ଶୁଭ ଦିନ ବୋଲି ଭାବନ୍ତି, ତେଣୁ ଏହି ଦିନ ହିଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ସେ ସ୍ଥିର କରିଥିଲେ ବୋଲି ତାଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି। ଚଳିତ ଥର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ନୂଆ ଚେହେରା ଦେଖିବାକୁ ମିଳିବ। ସେହିପରି ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି।

ମମତା ନିଜ ପୂର୍ବ ଘୋଷଣା ଅନୁଯାୟୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କର ବର୍ତ୍ତମାନର ଆସନ ଭବାନୀପୁରରୁ ଚଳିତ ଥର ସେ ନିର୍ବାଚନ ଲଢ଼ିବେ ନାହିଁ। ଏହି ଆସନରୁ ଶୋଭନଦେବ ଚଟ୍ଟୋପାଧ୍ୟାୟ ପ୍ରାର୍ଥୀ ହୋଇଛନ୍ତି। ନନ୍ଦିଗ୍ରାମରୁ ମମତାଙ୍କ ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି।

- Advertisement -

ସେହିପରି ନିକଟରେ ଟିଏମସିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ମନୋଜ ତିୱାରୀ ହାୱଡ଼ାର ଶିବପୁରରୁ ନିର୍ବାଚନ ଲଢିବେ।

ତେବେ ପୂର୍ବତନ ମନ୍ତ୍ରୀ ଅମିତ ମିତ୍ର ଏବଂ ମନ୍ତ୍ରୀ ପୁର୍ଣ୍ଣେନ୍ଦୁ ବସୁ ନିର୍ବାଚନ ଲଢ଼ିବେ ନାହିଁ। ପଶ୍ଚିମବଙ୍ଗ ବିଧାନ ପରିଷଦରେ ଏହି ଦୁଇ ନେତାଙ୍କୁ ଥଇଥାନ କରାଯିବ ବୋଲି ମମତା କହିଛନ୍ତି। ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମୟରେ ମନ୍ତ୍ରୀ ଫିରହାଦ ହାକିମ, ମନ୍ତ୍ରୀ ପାର୍ଥ ଚାଟାର୍ଜି, ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧୦ ବର୍ଷ ଧରି ମମତା ପଶ୍ଚିମବଙ୍ଗକୁ ଶାସନ କରୁଛନ୍ତି। କିନ୍ତୁ ଏଥର ପ୍ରଥମ ଥର ପାଇଁ ସେ ବିଜେପି ନିକଟରୁ କଡ଼ା ଚାଲେଞ୍ଜ ସମ୍ମୁଖୀନ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories