www.samajalive.in
Saturday, December 6, 2025
19.1 C
Bhubaneswar

ପିତ୍ତଳ ବାସନର ଚମତ୍କାରୀ ଲାଭ ; ଜାଣନ୍ତୁ ଏହାସହ ଜଡିତ କିଛି ସରଳ ଉପାୟ

ପିତ୍ତଳ ବାସନ ଓ ପାତ୍ର ଘରେ ରଖିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ପିତ୍ତଳ ପାତ୍ରରେ ପ୍ରସ୍ତୁତ ଭୋଜନ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏହା ଶରୀରକୁ ଆରୋଗ୍ୟ ରଖିବା ସହ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ। ଅନ୍ୟ ବାସନ ତୁଳନାରେ ଏହି ବାସନ ଖୁବ ଶକ୍ତ। ପିତ୍ତଳ କଳସରେ ରଖାଯାଇଥିବା ଜଳ ଶରୀରକୁ ଖୁବ ଶକ୍ତି ପ୍ରଦାନ କରିବା ସହ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ପିତ୍ତଳ ବାସନ ମଧ୍ୟରେ ଥାଳି, ପାତ୍ର,ଗ୍ଲାସ, ଲୋଟା, ଦେବାଦେବୀଙ୍କ ମୂର୍ତ୍ତି, ସିଂହାସନ, ଘଣ୍ଟ, ବିଭିନ୍ନ ବାଦ୍ୟଯନ୍ତ୍ର ଆଦି ରହିଛି। ଜାଣନ୍ତୁ ପିତ୍ତଳ ବାସନ ସହ ଜଡିତ କିଛି ସରଳ ଉପାୟ ବିଷୟରେ….
– ଭାଗ୍ୟରେ ସୁପରିବର୍ତ୍ତନ ପାଇଁ ପିତ୍ତଳର ଏକ ପାତ୍ରରେ ଚଣା ବତୁରାଇ ରାତି ସାରା ନିଜ ମୁଣ୍ଡରେ ନିକଟରେ ରଖନ୍ତୁ। ସକାଳେ ଏହି ଚଣାରେ କିଛି ଗୁଡ ମିଶାଇ ଗାଈଙ୍କୁ ଖାଇବାକୁ ଦିଅନ୍ତୁ।
– ଧନସମ୍ପତ୍ତି ବୃଦ୍ଧି ଓ ଧନର ଅଭାବ ଦୂର ପାଇଁ ପୂର୍ଣ୍ଣିମା ଦିନ କଳସରେ ଦେଶୀ ଘିଅ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଅର୍ପଣ କରିବା ପରେ ସେହି ଘିଅକୁ ଅସହାୟଙ୍କୁ ଦାନ କରନ୍ତୁ।
– ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ବୈଭବ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହ ପିତ୍ତଳର ଦୀପରେ ଶୁଦ୍ଧ ଘିଅ ବ୍ୟବହାର କରି ମା’ଙ୍କ ନିକଟରେ ଦୀପ ଲଗାନ୍ତୁ।
– ଦୁର୍ଭାଗ୍ୟରୁ ମୁକ୍ତି ପାଇବା ପାଇଁ ପିତ୍ତଳର ଏକ ପାତ୍ରରେ ଦହି ଭର୍ତ୍ତି କରି ଉକ୍ତ ଦହି ପାତ୍ର ସହ ଅଶ୍ୱତ୍ଥ ବୃକ୍ଷ ନିକଟରେ ରଖନ୍ତୁ।
– ସୌଭାଗ୍ୟ ପ୍ରାପ୍ତି ପାଇଁ ପିତ୍ତଳର କଳସରେ ଚଣାଡାଲି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ମନ୍ଦିରରେ ଅର୍ପଣ କରନ୍ତୁ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories