ବାଲେଶ୍ବର : ସୋରରେ ତିତଲିର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ଭୋରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା କାରଣରୁ କାଂଶବାଂଶ ନଦୀର ଜଳ ପତନ ବଢିବାରେ ଲାଗିଛି। ତଳିଆ ଅଞ୍ଚଳରେ ଚାଷ ଜମିରେ ପାଣି ପଶି ଯାଇଛି। ସୋର ମ୍ୟୁନିସିପାଲଟି ଚାରି ନଂ ୱାର୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ୨୦ଟି ପରିବାର ପାଣି ଘେରରେ ରହିଛନ୍ତି। ରାସ୍ତାରେ ପାଣିର ସୁଅ ପ୍ରବାହିତ ହେଉଛି। ପଠାଣ ମହଲା, କାଜି ମହଲା, ଖପରନାଳିରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି। ରାସ୍ତା ଉପରେ ପାଣିର ସୂଅ ପ୍ରବାହିତ ହେଉଛି।
Popular Categories



