www.samajalive.in
Saturday, December 6, 2025
16.1 C
Bhubaneswar

ଖୋଲାନରେ ଜାତୀୟ ଆଇନ ସେବା ଦିବସ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାନ ପଞ୍ଚାୟତ କାର୍ଯ୍ୟାଳୟଠାରେ ଟିଟିଲାଗଡ଼ ତାଳୁକ ଆଇନ ସେବା ସମିତି ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ତାଳୁକ ସମିତି ଅଧ୍ୟକ୍ଷ ତଥା ଏଡିଜେ ରାଜକିଶୋର ମହାପାତ୍ର, ସବଜଜ୍ ରମାକାନ୍ତ ମହାନ୍ତି ଯୋଗଦେଇ ଗରିବ ଧନୀ ନିର୍ବିଶେଷରେ ସଭିଙ୍କ ପାଇଁ ଆଇନ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି ବୋଲି କହିଥିଲେ। ଗରିବ, ଅସହାୟ ପରିବାର, ମହିଳା, ଭିନ୍ନକ୍ଷମ ବର୍ଗ ନ୍ୟାୟ ପାଇବାକୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯାଉଛି। ଏଥିରୁ ଅବହେଳିତ ବର୍ଗ ଲାଭାନ୍ୱିତ ହେବା ସହ ନିଜ ସାମ୍ବିଧାନିକ ହକ ସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ। ସରପଞ୍ଚ ନରେଶ ଅଗ୍ରୱାଲ, ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମିଶ୍ର, ଲିଗାଲ ପାନେଲ ସଦସ୍ୟ ପ୍ରଫୁଲ୍ଲ ବିଶି ପ୍ରମୁଖ ମଞ୍ଚାସିନ ଥିଲେ। ସମିତି ଫ୍ରଣ୍ଟ ରିଟେନର ଜୟନ୍ତ ପଣ୍ଡା ସଭା ପରିଚାଳନା ତଥା ସମିତି କିରାଣୀ ଜିବର୍ଦ୍ଧନ ଛତ୍ରିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଇନଜୀବୀ ବେଦପ୍ରକାଶ ବେହେରା, ଜିଆରଏସ ଶକ୍ତିଶ୍ୱର ମୁଗ୍ରୀ, ଜେଏସ ମଗଶିର ବିଶି ତଥା ବହୁ ସଂଖ୍ୟାରେ ମହିଳା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories