www.samajalive.in
Saturday, December 6, 2025
14.1 C
Bhubaneswar

କେନ୍ଦ୍ରୀୟ କର୍ମଚାରୀଙ୍କର ପୁଣି ବଢିବ ଡିଏ, ବଢିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ନିକଟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା ଏବଂ ଜାନୁଆରୀରେ ପୁଣି ଥରେ ସରକାର ଡିଏ ବୃଦ୍ଧି କରିବେ। ସାରା ଦେଶରେ ବର୍ତ୍ତମାନ ଦରଦାମ ଅହେତୁକ ବୃଦ୍ଧି ପାଇଥିବା ବେଳେ ସରକାରୀ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ଡିଏ ପାଉଛନ୍ତି। ମହଙ୍ଗା ଭତ୍ତା ଆଗାମୀ ଦିନରେ କର୍ମଚାରୀଙ୍କ ଦରମା ବୃଦ୍ଧିରେ ସହାୟକ ହେବ।

ଜାନୁଆରୀରେ ୪୨ ପ୍ରତିଶତ ହେବ ମହଙ୍ଗା ଭତ୍ତା:

- Advertisement -

ଜୁଲାଇ ୨୦୨୨ରୁ କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି ଏବଂ କୁହାଯାଉଛି ଯେ, ଜାନୁୟାରୀ ୨୦୨୩ ରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ଘଟିବ, ଯାହାପରେ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବ। ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ବଢି ୪୨ ପ୍ରତିଶତ ହୋଇଯିବ।

୫୦ ପ୍ରତିଶତରେ ପହଞ୍ଚିବା ପରେ ଶୂନ ହେବ ଡିଏ:

ସରକାର ୨୦୧୬ରେ ଯେତେବେଳେ ୭ମ ବେତନ ଆୟୋଗ ଲାଗୁ କରିଥିଲେ, ସେତେବେଳେ ମହଙ୍ଗା ଭତ୍ତାକୁ ଶୂନ କରିଦିଆ ଯାଇଥିଲା। ନିୟମ ଅନୁସାରେ, ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବା ମାତ୍ରେ ଏହାକୁ ଶୂନ କରି ଦିଆଯିବ ଏବଂ ୫୦ ପ୍ରତିଶତ ହିସାବରେ ଯେଉଁ ଅର୍ଥ ଭତ୍ତା ରୂପେ କର୍ମଚାରୀଙ୍କ ମିଳୁଥିବ, ତାହାକୁ ମୂଳ ଦରମାରେ ଯୋଡ଼ି ଦିଆଯିବ।

୯୦୦୦ ଟଙ୍କା ବଢିବ ଦରମା:

ଯଦି କୌଣସି କର୍ମଚାରୀଙ୍କ ମୂଳ ଦରମା ୧୮୦୦୦ ଟଙ୍କା ଅଛି, ତେବେ ତାଙ୍କୁ ୫୦ ପ୍ରତିଶତ ଡିଏ ହିସାବରେ ୯୦୦୦ ଟଙ୍କା ମିଳିବ। କିନ୍ତୁ ୫୦ ପ୍ରତିଶତ ଡିଏ ହେବା ପରେ ଏହାକୁ ମୂଳ ଦରମାରେ ଯୋଡ଼ି ପୁଣି ମହଙ୍ଗା ଭତ୍ତା ଶୂନ କରିଦିଆଯିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories