ପିଏଚଡ଼ି ପାଇପରେ ନର୍ଦ୍ଦମା ପାଣି, କାର୍ଯ୍ୟାଳୟ ଘେରିଲେ ମହିଳା
ଟିଟିଲାଗଡ଼ : ଟିଟିଲାଗଡ଼ ଅଞ୍ଚଳରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଥିବା ବେଳେ ପିଏଚଡ଼ି ପକ୍ଷରୁ ତିନି ଚାରି ଦିନରେ ଥରେ ଜଳ ଯୋଗାଣ ହେଉଥିବା ନେଇ ବିରାଟ ଚଟାଣ ଉପରେ ଅବସ୍ଥିତ ଟିଟିଲାଗଡ଼ ପୌରାଞ୍ଚଳବାସୀ ଜଳକଷ୍ଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଯେବେବି ଜଳ ଯୋଗାଣ ହେଉଛି ସେଥିରେ ମଇଳା ପାଣି ଆସୁଛି। ଏହି ପାଣି ବ୍ୟବହାର ଉପଯୋଗୀ ହୋଇନଥିବାରୁ ଆଜି ସକାଳୁ ସେହି ପାଣି ବାଲଟି ଧରି ସହରର ହାଇସ୍କୁଲ ପଡାର ଶତାଧିକ ମହିଲା ସ୍ଥାନୀୟ ପିଏଚଡ଼ି କାର୍ଯ୍ୟାଳୟ ଘେରିଉ କରି ବିକ୍ଷୋଭ କରିଛନ୍ତି।
ଖବର ପାଇ ପିଏଚଡ଼ି ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟରାମ ଜଗତ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରୁଛନ୍ତି। ନର୍ଦ୍ଦମା ପାଣି ଯାଉଥିବା ପୌର ଡ୍ରେନ ଭିତରେ ପାଣି ପାଇପ ଯାଇଥିବା, ପାଇପରେ ଛିଦ୍ର ଥିବା ନେଇ ନାଳ ପାଣି ପାଇପ ଯୋଗେ ଲୋକଙ୍କ ଘରକୁ ଯାଉଥିବା ଅଭିଯୋଗ ହୋଇଛି । ଅନେକ ଥର ଏପରି ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଶେଷରେ ମହିଳାମାନେ ଆଜି ପାଇପ ଯୋଗେ ଆସୁଥିବା ଅପରିସ୍କାର ପାଣି ଧରି ପିଏଚଡ଼ି କାର୍ଯ୍ୟାଳୟ ଘେରିଛନ୍ତି ।
Comments are closed.