www.samajalive.in
Friday, December 12, 2025
14.1 C
Bhubaneswar

ଷ୍ଟ୍ରଙ୍ଗ ଓମେନ ଓଡିଶା କିର୍ତ୍ତି ଅର୍ଜିଲେ ଆଲିଶା

ଟିଟିଲାଗଡ଼ : ଟିଟିଲାଗଡର ଝିଅ ଅଲିଶା ନାଗ ନିଜ ଅଧ୍ୟବସାୟ ବଳରେ ନିଜ ପରିବାର ତଥା ଅଞ୍ଚଳ ନାମକୁ ପ୍ରସିଦ୍ଧି ଆଣି ଦେଇଛନ୍ତି। ଓଡିଶା ପାୱାର ଲିଫ୍ଟିଙ୍ଗ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଅଲ ଓଡିଶା ଓପନ କ୍ଲାସିକ ବେଞ୍ଚ ପ୍ରେସ ଚମ୍ପିୟାନ ୨୦୨୦ରେ ଅଲିଶା ଏହି ନୁତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ୫୨ କେଜି ବର୍ଗରେ ୫୫ କେଜି ବେଞ୍ଚ ପ୍ରେସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଲିଶାଙ୍କୁ ଷ୍ଟ୍ରଙ୍ଗ ଓମେନ ଓଡିଶା ୨୦୨୦ ସମ୍ମାନ ତଥା ଟ୍ରଫି ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଛି। ୧୭ ବର୍ଷିୟା ଅଲିଶା ପୁର୍ବରୁ ପଶ୍ଚିମ ଓଡିଶା ତଥା ରାଜ୍ୟ କ୍ଷେତ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇ ସଫଲତା ହାସଲ କରିଛନ୍ତି। ଆଗାମୀ ଦିନରେ ତାଙ୍କର ଏକ ଉଜ୍ଜ୍ୱଳମୟ ଭବିଷ୍ୟତ ରହିଥିବା ସ୍ଥାନୀୟ କ୍ରିଡାବିତ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଏହି ପ୍ରତିଯୋଗିତାରେ ଅଲିଶାଙ୍କ ଭାଇ ଆଶିଷ ନାଗ (୨୦) ୬୬ କେଜି ବର୍ଗରେ ୧୨୦ କେଜି ବେଞ୍ଚ ପ୍ରେସ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଟିଟିଲାଗଡ ହାଟପଦା ପଡା ଜଗନ୍ନାଥ ନାଗ ଏବଂ ନିଲେନ୍ଦ୍ରୀଙ୍କ ଏହି ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସଫଲତାକୁ ନେଇ ବିଶେଷ କରି ଯୁବବର୍ଗରେ ଉତ୍ସାହ ସୃଷ୍ଟି କରିଛି। ସଫଳ ପ୍ରତିଯୋଗି ଦ୍ୱୟଙ୍କ କୋଚ ସନ୍ତୋଷ ସାହୁ ଯୁବବର୍ଗ ସ୍ୱାସ୍ଥ୍ୟ ରକ୍ଷା ତଥା କ୍ୟାରିୟର ଗଢିବାକୁ ବିଭିନ୍ନ କ୍ରୀଡା ପ୍ରତି ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories