www.samajalive.in
Friday, December 12, 2025
14.1 C
Bhubaneswar

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ, ଡିଜିଟାଲ ସର୍ଭେ ଆପ ମଧ୍ୟମରେ ଛଅଦିନ ଚାଲିବ ଗଣନା

ହରଭଙ୍ଗା: ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ରେଞ୍ଜରେ ବୁଧୁବାରଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଛଅଦିନଧରି ଡିଜିଟାଲ ସର୍ଭେ ,ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ।ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ,ଛାମୁଣ୍ଡିଆ ରେଞର ୧୨ଟା ବିଟ୍‍ରେ ୩୬ଜଣ,ବାଣିଗୋଛା ୦୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୦୭ଟି ବିଟ୍‍ରେ ୨୧ଜଣକୁ ମିଶାଇ ମୋଟ ଶହେଏଗାର ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି।ଭୋର ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେଥିବା ବିଭିନ୍ନ ବିଟ ଅଞ୍ଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିବ। ପ୍ରତ୍ୟେକ ରେଞ୍ଜରେ ଦୁଇଟି ଟ୍ରାନିଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବାବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ, ଚିତାବାଘ, ବଣ କୁକୁର , ରାମଶୀଆଳ ଭଳି ସମସ୍ତ ପ୍ରଜାତିର ମାଂଶାସୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଉଛି।

ପ୍ରଥମ ଦଫାରେ ୧୬ରୁ୧୮ ପର୍ଯ୍ୟନ୍ତ ତିନିଦିନଧରି ମାଂଶାସୀ ପ୍ରାଣୀଙ୍କ ସର୍ଭେ କରାଯିବ।ଦ୍ୱିତୀୟ ଦଫାରେ ଅର୍ଥାତ ୧୯ରୁ୨୧ପର୍ଯ୍ୟନ୍ତ ତିନିଦିନଧରି ତୃଣଭୋଜୀ ପ୍ରାଣୀଙ୍କ ପି.ଆଇ.ପି ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ସର୍ଭେ କରାଯାଇ ଗଣନା କାର୍ଯ୍ୟ କରାଯିବ ବୋଲି ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ସୂଚନା ଦେଇଛନ୍ତି।କୁଶଙ୍ଗ ଏବଂ ଛାମୁଣ୍ଡିଆ ରେଞ ଗଣନା କାର୍ଯ୍ୟ ମନିଟରିଂ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ତଦାରଖ କରୁଥିବାବେଳେ ବାଣିଗୋଛା ଏବଂ କୁଆଁରିଆ ରେଞ୍ଜର ଗଣନା କାର୍ଯ୍ୟ ଏ.ସି.ଏଫ ଶୁଭଦର୍ଶନୀ ମହାନ୍ତି ମନିଟରିଂ କରୁଛନ୍ତି। ଛଅଦିନଧରି ବାଘ ଗଣନା କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories