BJD Bijuli 480×75 Mob

ଜିଲାସ୍ତରୀୟ କମିଟିର ଦେସିଲ ପୋଖରୀ କାର୍ଯ୍ୟର ତଦନ୍ତ ଆରମ୍ଭ

BJD Bijuli 480×75 Mob

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଦେସିଲ ଚାହାଁରଭଟା ସ୍ଥିତ ପୋଖରୀର ଖନନ କାର୍ଯ୍ୟ ନେଇ ଜିଲା ସ୍ତରୀୟ କମିଟି ତଦନ୍ତ ଆରମ୍ଭ କରିଛି। ବୁଧୁବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଜିଲା ମନରେଗା ସଂଯୋଜକ ଅଶୋକ ସାହୁ, କନିଷ୍ଠ ଯନ୍ତ୍ରୀ ଦିଲୀପ ସାହୁ ପ୍ରମୁଖ ବୁଧବାର ଅପରାହ୍ନରେ ପୋଖରୀ କାର୍ଯ୍ୟ ପରିଦର୍ଶନ ସହ ଗ୍ରାମବାସୀଙ୍କ ସହ ଆଳୋଚନା କରିଛନ୍ତି।

ଏହି ପୋଖରୀ ଖନନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ ‘ସମାଜ’ରେ ପ୍ରକାଶିତ ହେବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ତରୀୟ କମିଟି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ୩ଟି ପର୍ଯ୍ୟାୟରେ ମନରେଗାରୁ ୨୭ ଲକ୍ଷ ଟଙ୍କା ଏହି ପୋଖରୀ ଖନନ କାର୍ଯ୍ୟରେ ବିନିଯୋଗ ହୋଇଥିବା ଜଣାଯାଇଛି। ହେଲେ ଗତ ୨ ବର୍ଷ ହେଲା ହିଡ କଟାଯାଇଥିବା ପୋଖରୀର ମାଟିର ଗୋଟିଏ ସ୍ତର ମଧ୍ୟ ଉଠାଯାଇ ନଥିବା ଗ୍ରାମବାସୀ ଜିଲା ସ୍ତରୀୟ କମିଟିର ଅଭିଯୋଗ କରିଥିଲେ। ପୋଖରୀରେ ପଦ୍ମଫୁଲ ପୁର୍ଣ୍ଣ ହୋଇ ରହୁଥିବା ବେଳେ ଗୋଟିଏ ସ୍ତର ମାଟି ଉଠିଥିଲେ ସବୁ ସଫା ହୋଇଥାନ୍ତା। ହେଲେ ସେମିତି ହିଁ କାମ ଶେଷ କରି ପ୍ରାୟ ୨ ବର୍ଷ ହେବ ଜଳ ନିଷ୍କାସନ ପାଇଁ କଟାଯାଇଥିବା ହିଡକୁ ଯୋଡି ଦିଆଯାଇଛି। ପୋଖରୀ ପାଇଁ ମନରେଗାରୁ ବ୍ୟାପକ ପରିମାଣର ପାଣ୍ଠି ବରାଦ ସତ୍ୱେ ଜେସିବି ମେସିନ ଲଗାଯାଇ ମାଟି ଉଠାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଅନେକ ଶ୍ରମିକ କାର୍ଯ୍ୟ କରିଥିଲେ ମାସ ମାସ ଧରି ସେମାନଙ୍କ ପାଉଣା ମିଳିନାହିଁ।

Comments are closed.