www.samajalive.in
Friday, December 12, 2025
14.1 C
Bhubaneswar

କୋଶଲେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଚରୁ

ଟିଟିଲାଗଡ : ପ୍ରାଚୀନ ପରମ୍ପରା ମୁତାବକ ସପ୍ତପୁରୀ ଅମାବାସ୍ୟା ତିଥିରେ କୁମୁଡିପଦର ଲଇତରା ସ୍ଥିତ କୋଶଲେଶ୍ୱରୀ ମହାଶକ୍ତି ପୀଠରେ ନବାନ୍ନ ଚରୁ ଅର୍ପଣ ହୋଇଛି । ଏନେଇ ସେବାୟତ ପ୍ରଥମେ ମାଁଙ୍କ ସୁନାବେଡା ଜମିରୁ ପୂଜାବିଧି, ଆବାହନ କରି ନୁଆଁ ଧାନ ସଂଗ୍ରହ କରି ଏଥିରୁ ଚରୁ ପ୍ରସ୍ତୁତ କରିଥିଲେ। ଦେଵୀଙ୍କୁ ପର୍ବତ ଯନ୍ତ୍ରରେ ଚାମଣ୍ଡା ମନ୍ତ୍ରରେ ଯଜ୍ଞ କୁଣ୍ଡରେ ଚରୁ ପ୍ରଦାନ କରାଯାଇଥିଲା । ଦେବୀଙ୍କ ସେବାୟତ ଦେଶ ଜାନୀ ପର୍ମା ମାଝୀ, ଚେର ମାଝୀ, ମଣ୍ଟୁ ଜାନୀ, କୃପା ଜାନୀ ପୀଠ ପୂଜକ ରାୟସିଂ ମାଝୀ, ପାଟଜାନୀ ବଳରାମ ମାଝୀ ପ୍ରମୁଖ ପୂଜାବିଧି ସମ୍ପନ୍ନ କରିଥିଲେ। ପଣ୍ଡିତ କ୍ଷମଦା ପ୍ରସାଦ ମହାପାତ୍ର ଯଜ୍ଞ ଅନୁଷ୍ଠାନ ସମ୍ପନ୍ନ କରିଥିଲେ। ସାବରୀ ତନ୍ତ୍ର ମତରେ ଦେବୀ ଏହି ଦିନ ଧରାପୃଷ୍ଠକୁ ଅବତରଣ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜନପଦର ପରମ୍ପରା ମତେ ଭିନ୍ନ ଭିନ୍ନ ଦିବସରେ ଇଷ୍ଟ ଦେବୀ ରୂପରେ ନବାନ୍ନ ଗ୍ରହଣ କରିଥାନ୍ତି ବୋଲି ବିଶିଷ୍ଟ ଗବେଷକ ଡ. ଦୋଳଗୋବିନ୍ଦ ବିଶି କହନ୍ତି। ଆଜିର ପୂଜା ଅନୁଷ୍ଠାନରେ ଡ଼. ବିଶିଙ୍କ ସମେତ ପୀଠ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ମାଝୀ, ସମ୍ପାଦକ ଅଗସ୍ତି ସାହୁ, ସଦସ୍ୟ ପ୍ରଫୁଲ୍ଲ ମିଶ୍ର, ସଦାନନ୍ଦ ହୋତା, ନୀଳାମ୍ବର ରଣା, ଧନିରାମ ବେହେରା, କୈଳାସ ବେହେରା, ବିଶିକେଶନ ବେହେରା, ରାମପ୍ରସାଦ ବାଗ ତଥା ଆଖପାଖ ଗ୍ରାମର ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।

ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories