www.samajalive.in
Saturday, December 6, 2025
17.1 C
Bhubaneswar

ଗାଁରେ ସ୍ୱଚ୍ଛତା ସଚେତନତା

ଟିଟିଲାଗଡ଼ : ଗ୍ରାମାଞ୍ଚଳରେ ସ୍ୱଚ୍ଛତା ନେଇ ଉଦ୍ୟମ ଆରମ୍ଭ ହେବା ସହ ଉତ୍ସାହ ସୃଷ୍ଟି କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନରେନ ପଞ୍ଚାୟତରେ ଏନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାଁରେ ବୁଲି ପ୍ଲାଷ୍ଟିକ, ଟିଣ, ଲୁହା ସାମଗ୍ରୀ ଆଦି ଆବର୍ଜନା ସଂଗ୍ରହ କରିବା ପାଇଁ ଠେଲା ଗାଡି ସରପଞ୍ଚ ଯମୁନା ମହାନନ୍ଦ ପୂଜାର୍ଚ୍ଚନା ସହ ଉଦଘାଟନ କରିଛନ୍ତି।  ଗ୍ରାମର ଦିବ୍ୟଜ୍ୟୋତି ମହିଲା ଗୋଷ୍ଠୀ ଏହି କାର୍ଯ୍ୟକ୍ରମର ପରିଚାଳନା ଭାର ନେଇଛନ୍ତି। ଏହି ଅବସରରେ ମହିଲା ଗୋଷ୍ଠୀର ସଭାନେତ୍ରୀ ମମତା ବଗର୍ତି, ସମ୍ପାଦିକା ପୂଜା ସ୍ୱାଇଁ, ସାବିତ୍ରୀ ରଣା, କାନ୍ତି ବିଶି, ଦୁର୍ମିଳା ରଣା, ଗୋମତୀ ସ୍ୱାଇଁ, କ୍ଷୀର ବିଶି, ଜେମା ରଣା, ସିଆରପି ଭୂମିସୁତା ରଣା, ଜିପିଏଲଏଫ ଜାନକୀ ରଣା, ବ୍ଲକ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ, ୱାର୍ଡମେମ୍ବର ଯମୁନା ମହାନନ୍ଦ, କାର୍ଯ୍ୟ ବଗର୍ତି, ସମାଜସେବୀ ବୁଲୁ ମହାନନ୍ଦ, ଅଜିତ ସ୍ୱାଇଁ, ପିଣ୍ଟୁ ସେଲମା, ଭାଗବତ ସ୍ୱାଇଁ, ତାପସ ରଞ୍ଜନ ପୁଟେଲ, ଅନିଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories