www.samajalive.in
Saturday, December 6, 2025
17.1 C
Bhubaneswar

ପର୍ଶୁରାମ ମୂର୍ତ୍ତି ହଟାଇବା ନେଇ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଛକରୁ ଭଗବାନ ପର୍ଶୁରାମଙ୍କ ଫୋଟୋ ଚିତ୍ର ହଟାଇ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରି ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟାଳୟରେ ଆଜି ବନ୍ଦ ପାଳନ କରାଯାଇଛି । ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ନେଇ ସହର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ପ୍ରତିଷ୍ଠାନ ବନ୍ଦ ସହ ଗାଡି ଚଳାଚଳ ବନ୍ଦ ରହିଛି।  ଟିଟିଲାଗଡ଼ ବ୍ରାହ୍ମଣ ସମାଜ, ପର୍ଶୁରାମ ସଭା, ବିଜେପି ବନ୍ଦରେ ସାମିଲ ଅଛନ୍ତି । ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ଲିଙ୍ଗରାଜ ନାୟକ, କାଉନସିଲର ବୁଦ୍ଧିଆ ଆଚାର୍ୟ୍ୟ, ବିକାଶ ସେନା ସଭାପତି ଅମ୍ଲାନ ଷଡ଼ଙ୍ଗୀ ବନ୍ଦରେ ସାମିଲ ଅଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories